Breaking News

ବରାଳ ଗ୍ରାମରେ ବିଧାୟଙ୍କର ମାରଥାନ ଶିଳାନ୍ୟାସ ଓ ଉଦଘାଟନ


  ସାକ୍ଷୀଗୋପାଳ -----   ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାମରେ ବିଭିନ୍ନ ପ୍ରକଳ୍ପର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମାରଥାନ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ବରାଳ ବାଲୁଙ୍କେଶ୍ୱର ଦେବଙ୍କ ତୋରଣ ନିର୍ମାଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୭ ଲକ୍ଷଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି ଏହାର ଭୂମିପୂଜା କରିବା ସହ ୪ ଲକ୍ଷ ଟଙ୍କା ନିର୍ମାଣ ହେବାକୁ ଥିବା ବିବାହ ମଣ୍ଡପ, ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୧୩ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟରେ ବରାଳ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୃହ ନିର୍ମାଣର ଭୂମିପୂଜା ଓ ୭ ଲକ୍ଷ ଟଙ୍କାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ବିଧାୟକ ଭୂମିପୂଜା କରିଛନ୍ତି । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ଶ୍ରୀ ସମାନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବ୍ଳକ ମହିଳା ସଭାନେତ୍ରୀ ଯମୁନା ବେହେରା, ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା,ଗ୍ରାମବାସୀଙ୍କ ପକ୍ଷରୁ ନାରାୟଣ ମହାପାତ୍ର, ପ୍ରଣବ ମହାପାତ୍ର, ସୁନିଲ ମହାପାତ୍ର, ନରେଶ  ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ପରେ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଡୁଙ୍ଗର ଗ୍ରାମରେ ଥିବା ଏକ ଅଙ୍ଗନୱାଡି ଗୃହ ବିଧାୟକ ଶ୍ରୀ ସମାନ୍ତରାଙ୍କ ସହିତ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କ ସହିତ ଅନ୍ୟ ମାନେ ଉପସ୍ଥିତିରେ ଉଦଘାଟନ ହୋଇଯାଇଛି । ସେହିପରି ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ପାଣିଭଣ୍ଡାର ସହିତ ଅନେକ ଗ୍ରାମ ଗହିରରୁ ପାଣି ନିଷ୍କାସନ ନ ହେବାରୁ ବ୍ୟାପକ ଫସଲ ନଷ୍ଟ ହୋଉଛି ।ବାରମ୍ବାର ଚାଷୀ ମାନେ ବିଧାୟକ ଶ୍ରୀ ସମାନ୍ତରାଙ୍କ ପାଖରେ ଅଭିଯୋଗ କରିବା ପରେ ମଙ୍ଗଳବାର ଡ୍ରେନେଜ ବିଭାଗର ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଷୀ ମାନଙ୍କ ସହ ଆଲେଚନା କରିଥିବାର ଜଣାପଡିଛି । ବହୁ ଶିଘ୍ର ଜଳ ନିଷ୍କାସନର ପାଇଁ ଏକ ମାଷ୍ଟା ପ୍ଳାନ ପ୍ରସ୍‌ୁତ କରାଯାଇଛି ବୋଲି ବିଧାୟକ ଶୀ ସାମନ୍ତରାୟ କହିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୬,୧୭

Blog Archive

Popular Posts