ପଲିଥିନକୁ ନା ବ୍ୟାନର ଉନ୍ମୋଚିତ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ଆଇନଜୀବୀ ହୃଷିକେଶ ପାଢ଼ୀ ଆଇନଜୀବୀ ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ଏବେ ପରିବେଶ କର୍ମୀ ଭାବେ ଡେଲାଙ୍ଗ ନୁହେଁ ପୁରୀ ଜିଲ୍ଲାରେ ବେଶ ପରିଚିତ । ସବୁଜ ଡେଲାଙ୍ଗ ଗଠନ କରି ବିଭିନ୍ନ ସଭାସମିତି, ଶିକ୍ଷା ଅନୁଷ୍ଠାନ , ଭୋଜି ଭାତ, ବିବାହ, ବ୍ରତ ଦଶାହ ଏପରିକି ଶ୍ରାଦ୍ଧ ଦିବସରେ ଗଛ ଚାରା ଉପହାର ଦେଇ ବେଶ ପରିଚିତ ଶ୍ରୀ ପାଢ଼ୀ । ଡେଲାଙ୍ଗ କୁଞ୍ଜର ଗ୍ରାମରେ ଥିବା ଆନନ୍ଦ ସେବା ସଦଳ ସ୍ୱେଚ୍ଛାସେବୀ ଅନୁଷ୍ଠାନର ୪ର୍ଥ ବାଷିକ ଉତ୍ସବ ସହିତ କବିତା ଉତ୍ସବରେ ଶ୍ରୀ ପାଢ଼ୀଙ୍କ ପଲିଥିନକୁ ନାଁ କର୍ମଶାଳା ବ୍ୟାନର ଯୋଗ ଦେଇଥବା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଅତିଥି ଭାବେ କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା, ଇଂ ପ୍ରମୋଦ ନନ୍ଦ, ବିଶ୍ୱମୁକ୍ତର ସମ୍ପାଦକ ପ୍ରଫେସର ଶଶାଙ୍କ ଚୁଡମଣୀ, କବି ଣବୀନ୍ଦ୍ର ନାଥ ଷଡଙ୍ଗୀଙ୍କ ଦ୍ୱାରା ବ୍ୟାନର ଉନ୍ମୋଚିତ କରିବା ସହ ଶ୍ରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀ ପାଢ଼ୀ ଏକ ସଚେତନତା ର୍ୟାଲି ଗ୍ରାମ ପରିକ୍ରମା କରିବା ସହ ଅତିଥି ମାନଙ୍କୁ ନିମ୍ବ ଚାରା ପ୍ରଦାନ କରିଥଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧----୫,୪୦