ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ ପଞ୍ଚମ ଦିନରେ ପହଞ୍ଚିଲା ; ଅନଶନ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ପୋଡାଗଲା
ସାକ୍ଷୀଗୋପାଳ ------ ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ରାସ୍ତାରେ ଆମରଣ ଅନଶନ ୫ମ ଦିବସରେ ପହଞ୍ଚିଛି । ଅନ୍ୟ ପକ୍ଷେ ଓଡିଶାରୁ ୨୦ ଟି ବସ ସହିତ କେତେକ ଚାରିଚକିଆ ଗାଡିରେ କୃଷକ ମାନେ ଦୀଲ୍ଲି ଯାଉଥିଲେ । ଏହି ଖବର ପାଇ ୟୁ,ପି ର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଗାଡି ଗୁଡିକ ଅଟକାଇ ସେମାନଙ୍କୁ ହଇରାଣ କରୁଥିବା କଥା ଏଠାରେ ପହଞ୍ଚିବା ପରେ ଆଜି ଆମରଣ ଅନଶନ ସ୍ଥଳରେ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ପ୍ରତିବାଦ ସଭା କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଫଟେ।। ଚିତ୍ରରେ ପୋଡିଥିଲେ । ଫନି ବାତ୍ୟା ଯିବାର ୧୯ ମାସ ପରେ ବି ପକୃତ ହିତାଧିକାରୀ ମାନେ ରାଜ୍ୟ ସରକାର ଯୋଗାଇ ଦେଇଥବା ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ବୋଲି ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ ଆଣି ଆମରଣ ଅନଶନ ୫ମ ଦିନରେ ପହଞ୍ଚିଛି । ଆମରଣ ଅନଶନ କାରୀଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଛି । ସୁଚନାଯୋଗ୍ୟ ଯେ ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ପ୍ରେଟୋଲ ଟାଙ୍କି ନିକଟ ତଥା ତହସିଲ କାର୍ଯ୍ୟାଳୟ ରାସ୍ତା କରରେ ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର ଓ ଭାଗିରଥି ଦାଶ ଚାରି ଦିନ ଧରି ଅନଶନରେ ବସିଛନ୍ତି । ଏହି ଅନଶନକାରୀ ମାନଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଥିବା ଜଣାପଡିଛି । ଏହାକୁ ନେଇ ଅନଶନକୁ ସମର୍ଥନ କରୁଥିବା କିଛି ମହିଳା ପୁରୁଷ ମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । କେଉଁ ସମୟରେ କଣ ଘଟିବ ତାହା କହି ହେଉନାହିଁ । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏହି ଅନଶନକୁ ସମର୍ଥନ କରି ରୀନା ମଲିକ, ପିତାମ୍ଭରୀ ଦାସ, ସୁକାନ୍ତି ମଲ୍ଲିକ, ଗଜେନ୍ଦ୍ର ପ୍ରଧାନ, ଜଗନ୍ନାଥ ବାରିକ, ଶରତ ପ୍ରଧାନ,ଦିବାକର ବିଶ୍ୱାଳ, ପ୍ରାଭତ ଚୌଧୁରୀ, ବାବୁଲି ପ୍ରଧାନ, ଦିବାକର ବିଶ୍ୱାଳ, ଗିରିଧାରୀ ବରାଳ, ପ୍ରବାସିନୀ ବିଶ୍ୱାଳ, ଟିକେଇ ପ୍ରଧାନ, ପାର୍ବତୀ ଦେଇ, ଶାନ୍ତି ଭୋଇ, ଚନ୍ଦ୍ରମା ଦେଇ, ବିଷ୍ଣୁପିୟା ରଥ, ଭୁବନେଶ୍ୱର ଜେନା, ସଦାନନ୍ଦ ଭୋଇ ପ୍ରମୁଖ ଅନଶନ କାରୀ ସ୍ଥଳରେ ଉପସ୍ଥିତ ରହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୨/୧/୨୦୨୧---୯,୪୦