ଡେଲାଙ୍ଗରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ବଂଧୁ ମିଳନ
ଡେଲାଙ୍ଗ -------ସାଧାରଣତନ୍ତ୍ର ଦିବସରେ ଡେଲାଙ୍ଗ ଯୁବ କଂଗ୍ରେସ ପକ୍ଷରୁ ଡେଲାଙ୍ଗ ଷ୍ଟସନ ନିକଟରେ ଏକ ବଂଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର ଯୁବ ନେତା ନିଶିକାନ୍ତ ମିଶ୍ର ଯୋଗ ଦେଇ ଯୁବ ଓ ଛାତ୍ର କଂଗ୍ରେସ ଡେଲାଙ୍ଗରେ ଅଧିକରୁ ଅଧିକରୁ ସଂଗଠିତ ହୋଇ ପାରିବ ସେ ଦିଗରେ ଆଲୋକପାତ କରିଥିଲେ । ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ର ଯୋଗଦେଇଥିଲେ । ଯୁବନେତା ଜୟମନ୍ୟୁ ସାମନ୍ତରାୟ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ସ୍ୱାଇଁ, ସୁବାଷ ଚନ୍ଦ୍ର ପ୍ରଧାନ, କାହ୍ନୁ ଚରଣ ଖଟୋଇ, ସରୋଜ କୁମାର ସ୍ୱାଇଁ ,ଅଲେଖ ମଲି. ବିଶ୍ୱ ରଞ୍ଜନ ବଳବନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ସୌମ୍ୟରଞ୍ଜନ ବରାଳ ଧନ୍ୟବାଦ ଦେଇଥିଲେ । ଫଟୋନଂ ଆଦର୍ଶ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନିତ ଡେଲାଙ୍ଗ ( ଅମୃତ ମିଡିଆ) ଡେଲାଙ୍ଗ ବ୍ଳକର ତିନିଜଣ କରୋନା ଯୋଦ୍ଧା ଭାବେ ଆଦର୍ଶ ଶ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି । ସେମାନେ ହେଲେ ସନ୍ତୋଷ ପଟ୍ଟନାୟକ ,ବିଜୟ ମହାପାତ୍ର ଓ ଧୀରେନ୍ଦ୍ର ସେନାପତି । ଆଦର୍ଶ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ସ୍ଥିତ ଗୀତା ଭବନ ପରିସରରେ ଅନୁଷ୍ଠାନର ଆବାହକ ପ୍ରତାପ କୁମାର ସାହୁଙ୍କ ନେତ୍ୱତୃରେ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସମାଜରେ ଅବହେଳିତ ଶିଶୁ, ଶ୍ରମିକ ମାନଙ୍କର ସୁରକ୍ଷା, ନାରି ସୁରକ୍ଷା, ଦିବ୍ୟଙ୍ଗ ମାନଙ୍କ ସୁରକ୍ଷା, କରୋନା ଟିକା ନେବାକୁ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ସହିତ ଭିକାରୀ ମୁକ୍ତ ସମାଜ ତିଆରି କରିବା ସମ୍ପର୍କରେ ସଭାପତି ଦେବାଶିତ ମହାପାତ୍ର ଆଲେଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରେନ୍ଦ୍ର ଅଗ୍ରୱାଲ, ଭିମସେନ ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସୁକାନ୍ତ କୁମାର ସାହୁ ଶେଷରେ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧----୯,୪୦