୭୦ ପେଟି ଦେଶୀ ମଦ ଜବତ ; ଜଣେ ଗିରଫ
ଡେଲାଙ୍ଗ --- ପୁରୀ ଏସପିଙ୍କ ନିର୍ଦ୍ଦେର୍ଶ କ୍ରମେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ତତ୍ୱବଧାନରେ ଏକ ଟିମ ଗଠନ କରାଯାଇଛି । ଚୋରା ନିଶା ବେପାରୀ ମାନଙ୍କୁ କାବୁ କରିବା ପାଇଁ ଏହି ଟିମ ତତ୍ପରତା ପ୍ରକାଶ ପାଇଛି । ବିଶେଷ ସୁତ୍ରରୁ ଖବର ପାଇ ଡେଲାଙ୍ଗ ପୋଲିସ ପକ୍ଷରୁ ଅଚାନକ ଚଡାଉ କରାଯାଇ ଘୋରଡିଆ ଗ୍ରାମର ଯୋରକଣି ରାସ୍ତାର ଦୟାନଦୀର ବାମପଟ ନଦୀବନ୍ଦ କରରେ ୭୦ପେଟି ଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି । ଏଥିରେ ଫଗୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥବା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୧---୯,୨୦