Breaking News

ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ




 ଜଟଣୀ----- ଜାତିର ଜନକ  ମହାତ୍ମାଗାନ୍ଧୀଙ୍କ ୭୩ତମ ତିରୋଧାନ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ପାର୍କଠାରେ ପୋଷ୍ଟଅଫିସଛକ ବ୍ୟବସାୟୀ କମିଟିର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱବଧାନରେ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଗାନ୍ଧୀପାର୍କଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଗାନ୍ଧୀକଥା ଉପରେ ଆଲେଚନା କରାଯାଇଥିଲା । ସେହି କ୍ରମରେ ୩୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟର୍ପଣ କରିବା ସହିତ ସହିଦଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ଡାକସେବାର ଡାକଧିକାରୀ ସତ୍ୟବାଦୀ ଦାସ,ଅଧିବକ୍ତା ସଂଜିତ କୁମାର ଦାସ,ମାନସ କୁମାର ମିଶ୍ର,ଉମାଶଙ୍କର ମିଶ୍ରଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଜଟଣୀ ନଗର କଂଗ୍ରେସ ପକ୍ଷରୁ ଏହି ତିରୋଧାନ ଦିବସ ପାଳିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜଙ୍କ ତତ୍ୱାବଧାନରେ ମାହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ରାମଧୂନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସକର୍ମିମାନେ ଗାନ୍ଧୀଙ୍କ ଦେଶଭକ୍ତି ଉପରେ ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ କାଉନସିଲର ନୈାସର ଅଲୀ, ସୁଲୁ ରଥ,କାଳନ୍ଦୀ ନାୟକ,ପ୍ରଦୀପ ପଲେଇ,ଦିଲିପ ବରାଳ,ଲକ୍ଷ୍ମିଧର ବିଶ୍ୱାଳ,ପ୍ରଶାନ୍ତ ସାହୁ,ଦିଲିପ ପ୍ରଧାନ,ସଂକେତ ପାଟଶାଣୀ, ବାଇନ ପ୍ରଧାନ,ଅସରାର ହୁସେନ,ରାକେଶ ଦାସ,ଶରତଚନ୍ଦ୍ର ତ୍ରିପାଠୀ,ସୁବାଷ ମହାପାତ୍ର,ସୂର୍ଯ୍ୟକାନ୍ତ ବଳିୟାରସିଂହ,ମୁନୀର ଅହମଦ,ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । 


ଜଟଣୀରୂ ରଙ୍ଗନାଥ ବେହେରା-----୩୧/୧/୨୦୨୧---୯,୨୦


Blog Archive

Popular Posts