ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ
ଡେଲାଙ୍ଗ----- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଣେ ନିର୍ଭୀକ,ସାହାସୀ,ବୀର ଯୋଦ୍ଧା ଓ ଅସୀମ ଦେଶ ଭକ୍ତ ଥିଲେ । ଆଜି ତାଙ୍କର ୧୨୫ତମ ଜୟନ୍ତୀ ଘୋରଡିଆ ନୋଡାଲ ହାଇ ସ୍କୁୁଲ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କ ସଭାପତିତ୍ୱରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର୍ର ସାମନନ୍ତରାୟ ,ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳ ଏବଂ ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାରର ପରିଚାଳକ ଦିଲ୍ଲିପ କୁମାର ଧାଉଡିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡିଶାର ବରପୂତ୍ର ତଥା ଭାରତୀୟଙ୍କ ମୁକ୍ତି ସଂଗ୍ରାମର ମହାନ ରାଷ୍ଟ୍ରନାୟକ ତଥା ବିଶ୍ୱବୀର ନେତାଜୀଙ୍କ ମହାନ ଆଦର୍ଶ ଏବଂ ଦୃଢ ବ୍ୟକ୍ତିତ୍ୱ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ ।ଏଥିରେ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ,ଚିତ ରଜଂନ ରାଉତରାୟ,ଶିକ୍ଷୟତ୍ରୀ କୁନ୍ତଳା ବିଶ୍ୱାଳ,ମମତା ବେହେରା ,ସୁରେଶ କୁମାର ରାଉଳ,ସିତାକାନ୍ତ ରାଉତରାୟ,ରାଜେଶ କୁମାର ପ୍ରଧାନ, ନିଳାମ୍ବର ନାୟକ,ଅରବିନ୍ଦ ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ । ଶେଷରେ ସହଦେବ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଡେଲାଙ୍ଗ- ଖୋର୍ଦ୍ଧା ରାସ୍ତାର କୁଆପଦା ଛକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଓଡିଶା ରାଜ୍ୟ କୋଅପରୋଟିଭ ସଂଗଠନର ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ମାଲ୍ୟାର୍ପଣ କରିଥିଲେ । ଜୟନ୍ତ ପାଇକରାୟ, ଫଗୁଚରଣ ଜେନା, ଭାସ୍କର ବଳିୟାରସିଂ, ସଞ୍ଜୟ ରାଉତରାୟ, ବିଜୁ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୧---୯,୩୦