Breaking News

କରୋନା ଯୋଦ୍ଧା ଭାବେ ତିନଜଣ ସାମ୍ବାଦିକ ସମ୍ମାନୀତ

 


ସାକ୍ଷୀଗୋପାଳ----  କରୋନା ଯୋଦ୍ଧା ଭାବେ ତିନି ଜଣ ସାମ୍ବାଦିକଙ୍କୁ  ଆଦର୍ଶ ଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ସେମାନେ ହେଲେ ଧୀରେନ୍ଦ୍ର ସେନାପ୍ତି, ସନ୍ତୋଷ ପଟ୍ଟନାୟକ, ବିଜୟ ମହାପାତ୍ର । ଅନୁଷ୍ଠିତ ସମ୍ବଦ୍ଧିତ ସଭାରେ ଯୋଗ ଦେଇଥବା ଅତିଥି ମାନେ ଉପଢ଼ୌକନ, ଫଲତୋଡା ଓ ମାନପତ୍ର ଦେଇବିଭିନ୍ନ ଖବର ପ୍ରକାଶ କରିବା ସହ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ମନରଖି ଖବର ସଂଗ୍ରହ କରିବା ସହ ଖବର ପ୍ରକାଶ କରିବାରେ ଏମାନଙ୍କର ଭୂମିକାକୁ  ଉଲ୍ଲେଖନୀୟ ବୋଲି ଅନୁଷ୍ଠିତ ସମ୍ମଦ୍ଧିତ ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆଦର୍ଶ ଟ୍ରଷ୍ଟ ର ଆବାହକ ପ୍ରତାପ କୁମାର ସାହୁଙ୍କ ନେତୃତ୍ୱରେ ଗୀତା ଭବନ ପରିସରରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ନରେନ୍ଦ୍ର ଅଗ୍ରୱାଲ, ଭୀମସେନ ଦାସ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମାଜରେ ଅବହେଳିତ ମହିଳା, ଶିଶୁ ଶ୍ରମିକ ମାନଙ୍କୁ ସୁରକ୍ଷା, ଦିବ୍ୟାଙ୍ଗ ମାନଙ୍କୁ ସହଯୋଗ, କରୋନା ଟୀକା ନେବାକୁ ଜନସଚେତନତା, ରାଜ୍ୟରୁ ଭିକାରି ମୁକ୍ତ କରିବାଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା । ଅନୁଷ୍ଠାନର ସଭାପତି ଦେବାଶିଷ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟବଳୀ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୁକାନ୍ତ କୁମାର ସାହୁ ଉପସ୍ଥିତ ଥିବା ଅତିଥି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧----୫,୪୦

Blog Archive

Popular Posts