ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋଉତ୍ସବ
ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମୋହନପୁର ଗାଁ ର ମାକ୍ଷେତ୍ର ପାଳୀ ପୀଠସ୍ଥଳିରେ ଡେଲାଙ୍ଗ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସାଧକ ରାଜ କିଶୋର ପ୍ରାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କବିତା ପାଠୋଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍ର ରୁପେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଶାଙ୍କ ଶେଖର ଚୁଡାମଣୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ବିପିନି ମହାନ୍ତି,ଭଗବାନ ସାହୁ ଯୋଗ ଦେଇ ଆମ ଐତ୍ୟହ,କଳା,ସଂସ୍କୃତି ଓ ପରମ୍ଫରା ,ଭାଷାକୁ ଉଜ୍ଜବିତ ରଖିବାରେ ସାହିତ୍ୟର ଯୋଗଦାନ ଅନେକ ବୋଲି ମତ ରଖିଥଲେ । ଅନୁଷ୍ଠାର ସଭାପତି ତଥା କବି ଲକ୍ଷ୍ମୀଧର ଦଳେଇ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ସାରସ୍ୱତ ସାଧକ ଅଖିଳେଶ ମହାପାତ୍ର୍ର ଓ କବି ବିପିନୀ ବେହେରା ସଂଯୋଜନା କରିଥିଲେ । କବି ରବିନ୍ଦ୍ର ନାଥ ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରୋଜିନୀ ସ୍ୱାଇଁ, ରମେଶ ଚନ୍ଦ୍ର ସ୍ୱାଇଁ,ସୁଦର୍ଶନ ପ୍ରଧାନ, ପ୍ରଦୀପ କୁମାର ସେଠୀ,ବିକ୍ରମ କେଶରୀ ଚମ୍ପତି, ସୁଧାଶୁଂବାଳା ପ୍ରଧାନ,ମାନସ ରଜଂନ ପଟ୍ଟନାୟକ, ଅଧିକାରୀ ସ୍ୱାଇଁ ,ଶରତ ଚନ୍ଦ୍ର ମହାପାତ୍ର ପ୍ର୍ରମୁଖ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟାରେ କବି,କବୟତ୍ରୀ ଏହି ସମାରୋହରେ ସାମିଲ ହୋଇ ସ୍ୱରଚିତ କବିତା ଆବୃତି କରିଥିଲେ । ଅନୁଷ୍ଠାନ ପକ୍ଷରୁ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ବୋର୍ଦ୍ଧିତ କରା ଯାଇଥିଲା । ଶେଷରେ ଅନୁଷ୍ଟାନର ସଂପାଦିକା ଜ୍ୟୋସ୍ନାôମୟୀ ସ୍ୱାଇ ଧନ୍ୟବାଦ ଅର୍ପଣ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୧, ୮,୧୫