Breaking News

ବାଗଲପୁର ଗ୍ରାମରେ ପୁଷ୍ଠି ମହୋତ୍ସବ ଅନୁଷ୍ଠିତ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ପୁଷ୍ଠି ମହୋତ୍ସବ ଓ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ପ୍ରଧାନ, ଜିଲ୍ଲା ପରିଷଦସଭ୍ୟ ଧୃବ ଚରଣ ଦାଶ, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ କରି ବ୍ଳକ ଓଏଲଏମ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା । ବିଶେଷ କରି ସଂଗୀତ ମାଧ୍ୟମରେ ଚାଷର ଉନ୍ନତି କରିବା ସହ ଗ୍ରାମକୁ ସ୍ୱଚ୍ଛ ରଖିବା ସମ୍ପର୍କରେ  କୁନି କୁନି ପିଲା ମାନେ ନାଚଗୀତ ମାଧ୍ୟମରେ ଉପସ୍ଥିତ ଗ୍ରାମ ବାସୀ ମାନଙ୍କୁ ଜନସଚେତନତା କରାଇଥିଲେ । ଲକ୍ଷ୍ମୀପିୟା ପରିଡା, ପିୟଙ୍କା ବାରିକ ବର୍ଷା ପ୍ରିୟାଦର୍ଶନୀ ପ୍ରଧାନ ନୃତରେ ଅଂଶ ଗ୍ରହଣ କରିଥିଲେ । ଜନପ୍ରତିନିଧି, ଆଶା ଓ ଅଙ୍ଗନୱାଡି କର୍ମିୀ, ମହିଳା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମହିଳା ଗୋଷ୍ଠୀ ମାନଙ୍କ ପକ୍ଷରୁ  ବିଭିନ୍ନ ପ୍ରକାର ପିଠା ପଦର୍ଶନୀ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧/୨୦୨୧---୭,୧୫

Blog Archive

Popular Posts