ପାଇପି ବିଛାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ; ବଳଙ୍ଗା ଥାନାରେ ଅଭିଯୋଗ
ବଳଙ୍ଗା--- ବଳଙ୍ଗା ଥାନା ଦୁବାଇପୁର ଗ୍ରାମର ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ତ୍ରୀ- ବବିତା ମହାପାତ୍ରଙ୍କୁ ପଡୋଶୀ ଭାଗୀରଥୀ ମହାପାତ୍ର ଇଟାରେ ଆଘାତ କରିବା ସହିତ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ଏବଂ ଶରୀରର ବିଭିନ୍ନ ସ୍ଥାନକୁ କାମୁଡି ଗୁରୁତର ଆହତ କରିଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ପ୍ରଫୁଲ୍ଲ କୁମାର ମହାପାତ୍ର ଘରକୁ ପାଣି ପାଇପି ପକାଉଥିବା ବେଳେ ଭାଗୀରଥି ଅଯଥାରେ କାର୍ଯ୍ୟ ବନ୍ଦକରିବାରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଭାଗୀରଥି ମହାପାତ୍ର କ୍ରୋଧାନ୍ତ ହୋଇ ପ୍ରଫୁଲ୍ଲ ମହାପାତ୍ରଙ୍କ ଉପରକୁ ସାଇକଲ ଫିଙ୍ଗି ଦେବାରେ ମୁଣ୍ଡରେ ବାଜି ଗୁରୁତର ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ଗ୍ରାମରେ ଉତେଜନା ଲାଗି ରହିଛି । ଭାଗୀରଥି ମହାପାତ୍ର ସଦା ସର୍ବଦା ଗ୍ରାମ ମଧ୍ୟରେ ଅପ୍ରିତି କର ପରିସ୍ଥିତି ସ୍ୃଷ୍ଠି କରୁଥିବା ଜଣାପଡିଛି । ଅଭିଯୋଗ ଆଧାରରେ ବଳଙ୍ଗା ଥାନା ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ବଳଙ୍ଗାରୁ ମନୋଜ କୁମାର ପ୍ରଧାନ, ୩୦/୧/୨୦୨୧---୬,୦୦