ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଗଉଡକେରା ଗ୍ରାମରେ ବୁଧବାର ପୂବାହ୍ନରେ ଅଗ୍ନିକାଣ୍ଡ ଘଟି ୩୦ ବସ୍ତାର ଧାନ କଳେଇ ଜଳି ପୋଡିଯାଇଥିବା ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ଗଉଡକେରା ଗ୍ରାମର ଶରତ ଚନ୍ଦ୍ର ସ୍ୱାଇଁ ଓ ସୁବାଷ ଚନ୍ଦ୍ରସ୍ୱାଇଁଙ୍କ ଖରା ବାରିରେ ଧାନ ଗଦା ମରାଯାଇଥିଲା । ଧାନ ଗଦା ଦୁଇଟି ଜଳୁଥିବା ଦେଖି ପରିବାର ଲୋକମାନେ ହୋ ହଲ୍ଲା କରିବାରୁ ଗ୍ରାମବାସୀ ମାନେ ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା । ଖବର ପାଇ ଡେଲାଙ୍ଗରୁ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳେକୁ ଗ୍ରାମବାସୀ ମାନେ ନିଆଁକୁ ଆୟତ କରିସାରିଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧--- ୯,୦୦