Breaking News

ଡେଲାଙ୍ଗ ବ୍ଳକରେ ନରେଗା କାର୍ଯ୍ୟ ସମୀକ୍ଷା କଲେ ୫ଜିଲ୍ଲାର ପର୍ଯ୍ୟବେକ୍ଷକ ; ଚାଇଁପୁର ଗ୍ରାମ ପଞ୍ଚାୟତରୁ ଦାଦନ ଶଦ୍ଧ ଉଠିବ. ସରପଞ୍ଚ ଶ୍ରୀ ପରିଡା


 ଡେଲାଙ୍ଗ ------ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତରେ ନରେଗା ଯୋଜନାରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏପରିକି ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଗ୍ରାମବାସୀ ଓ ଜବକାର୍ଡ ଧାରୀ ମାନଙ୍କ ସହିତ ଆଲେଚନା ବିମର୍ଷ କରି ମେସିନ ପରିବର୍ତ୍ତେ ଲୋକମାନେ ନିଜେ ମୁଣ୍ଡରେ କାମ କରିଛନ୍ତି । ଏଥିରେ ପଞ୍ଚାୟତର ପ୍ରାୟ ୫ଶହ ପୁରୁଷ ମହିଳା କାମରେ ନିୟାଜିତ ରହିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ମିଡିଆରେ ପ୍ରକାଶିତ ହୋଇଥିଲା । ଏଠାରେ ଲୋକମାନେ ଦାଦନ ନ କଟି ନିଜ ଗ୍ରାମରେ କାମ କରି ନୂତନ ରେକର୍ଡ ସୃଷ୍ଟି କରିବେ ବୋଲି ସରପଞ୍ଚ ଶ୍ରୀ ପରିଡା କହିଛନ୍ତି । ଏହା ଫଳରେ ପଞ୍ଚାୟତରେ କେହି ଦାଦନ ଶଦ୍ଧ କହିବେ ନାହିଁ ବୋଲି କହିଥିଲେ । ୧୨ ଲକ୍ଷ ଟଙ୍କା ରେ ତିନୋଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି ସେ ଗୁଡିକ ହେଲା ଚାଇଁପୁର ଶସ୍ମାନ ରାସ୍ତା ପାଇଁ ୨ଲକ୍ଷ, ଖମାର ସାହି ଠାରୁ ଗରୁଡ ସାହି ପର୍ଯ୍ୟନ୍ତ ୫ଲକ୍ଷ ଓ ରତାପଡା ଠାରୁ ବଡଖମାର ପର୍ଯ୍ୟନ୍ତ୫ ଲକ୍ଷ ଟଙ୍କାରେ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟର ସମୀକ୍ଷା ସହ ମଜୁରୀରେ କାମ କରୁଥିବା ଶ୍ରମିକ ମାନେ କେତେ ସମୟ ମଧ୍ୟରେ କେତେ ମାଟି ଉଠାଉଛନ୍ତି ତାହା ସଠିକ ଅନୁସନ୍ଦାନ କରିଥିଲେ । ବିଶେଷ କରି ରାଜ୍ୟ ସରକାର ନରେଗା ଯୋଜନାରେ ଜଣେ ଶ୍ରମିକ୮ଘଣ୍ଟା କାମ କଲେ ତାଙ୍କୁ ଜବକାଡ ଅନୁଯାୟୀ ବ୍ୟାଙ୍କ ଅକାଉଣ୍ଟକୁ ୨୦୭ ଟଙ୍କା ପଠାଯାଉଛି । ମାତ୍ର ପରିଶ୍ରମ ଅନୁଯାୟୀ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ମଜୁରୀ ସଠିକ ନ ଥିବା ଭାବି ଏହି ପର୍ଯ୍ୟବେକ୍ଷକ ମାନେ ଏକ ଅନୁସନ୍ଦାନ କରୁଥିବା ଜଣାପଡିଛି । ଭୁବନେଶ୍ୱରର କଲେଜ ଅଫ ଇଞ୍ଜିନିୟର ଆଣ୍ଡ ଟେକେନଲଜି କଲେଜର ସିଭିଲ ବିଭାଗର ପ୍ରଫେସର ଫାଲୁଗୁନି ବଳିୟାରସିଂଙ୍କ ନେତ୍ୱତୃରେ ୫ଜଣ ପ୍ରଫେସର ଓ ୩ଜଣ ସହକାରୀ ପ୍ରଫେସର ଓ କଳାହାଣ୍ଡି, ଗଜପତି, ମୟୁରଭଞ୍ଜ, ପୁରୀ ଓକେନ୍ଦୁଝର ଅଞ୍ଚଳର ବିଭିନ୍ନ ଟିମ ଏଥିରେ ସାମିଲ ହୋଇଥିଲେ । ଏମାନଙ୍କ ସହିତ ଭୁବନେଶ୍ୱର ଅଧିକ୍ଷଣ ଯନ୍ତ୍ରୀ ଓ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,  ବିଡିଓ କ୍ଷୀରୋଦର କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱରୀ ମହାରଣା, କନିଷ୍ଠଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ, ସୁଭାଜିତି ପାଣି, ଚିôତପଳା ନାୟକ, ମାନସ ମହାନ୍ତି, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ନରୋଗା କାର୍ଯ୍ୟ ଦେଖିବା ପାଇଁ ଆସିଥିବା ପର୍ଯ୍ୟବେକ୍ଷକ ମାନଙ୍କୁ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସୋନପତି, ୨୨/୧/୨୦୨୧

Blog Archive

Popular Posts