ଡେଲାଙ୍ଗରେ ନିଶୁକ୍ଳ ମେଗା ସ୍ୱାସ୍ଥ୍ୟ ପରାମର୍ଶ ଶିବିର
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଅଭୟମୁଖୀ ଓ ଧାନକେରା ଗ୍ରାମ ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ହାଇ-ଟେକ ମେଡିକାଲ ପକ୍ଷରୁ ବୁଧବାର ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ-୧୯ ଯୋଗୁ ଗରିବ, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ମାନେ ବିଶେଷ କରି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହିପରି କ୍ୟାମ୍ପ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ମୁଖ୍ୟ ଲକ୍ଷ୍ୟ ବୋଲି ହାଇଟେକର ଅଧ୍ୟକ୍ଷ ତିରୁପତି ପ୍ରାଣିଗ୍ରାହୀ କହିଥିଲେ । ଏହାକୁ ଲକ୍ଷ୍ୟ କରି ଧାନକେରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ପରିଡା, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନାଙ୍କ ସହଯୋଗରେ ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧିନ ସେବା ସଂସ୍ଥାନ ଓ ଆଭା ସ୍ୱେଚ୍ଛାସେବୀଙ୍କ ସହିତ ଦୁଇ ପଞ୍ଚାୟତର ଯୁବକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ଜେନା ଓ ଲୋପାମୁଦ୍ରା ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇଥିଲେ । ହାଇଟେକ ମେଡିକାଲରୁ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, ଶିଶୁ, ମେଡିସିନ, ଫିଜଥୋରାପି, ନିରୋସରୋଜି, ଚର୍ମ, ନାଶ ନାକଓ ଗଳା ସହିତ ଦନ୍ତ ରୋଗ ଚିକିତ୍ସା ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ । ମେଡିକାଲ ପକ୍ଷରୁ ମାଗଣାରେ ଔଷଧ ପ୍ରଦାନ
କରାଯିବା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲକୁ ନିଆଯିବା ସହ ଚିକିତ୍ସା କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡ ମାଲିକିନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଭି. ପି ଅପରେଶନ ମୁଖ୍ୟ ମନୋଜ କୁମାର ଦାଶ ଓ ମେଡିକାଲ କଲେଜର ନସିଙ୍ଗ ସୁପରିଣ୍ଟେଣ୍ଡ ବିଜୟ ଶାନ୍ତି ଓ ସିଲୀ ସେବିୟର ପ୍ରମୁଖ ଯୋଗ ଦେଇଥିଲେ । ସୁପର ପେସାଲିଷ୍ଟ ୧୨ ଜଣ ରହିଥିବା ବେଳେ ଡାକ୍ତର ୧୦ ଜଣ ଓ ପାରାମେଡିକାଲ ଓ ହେଲଥୱାକର ୫୦ ଜଣ ଏହି ଶିବିରରେ ଅଂଶ ଗ୍ରହଣ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିଲେ । ଏହି ସ୍ୱସ୍ଥ୍ୟ ସେବା ଶିବିରରେ ରକ୍ତ ପରୀକ୍ଷା, ଇସିଜି, ଫିଜଥୋରାଫି, ଦନ୍ତ ପରୀକ୍ଷା ସହିତ ଆଖି ପରୀକ୍ଷା ମାଗଣାରେ ହାଇ ଟେକ ପକ୍ଷରୁ କରାଯାଇଥିଲା ବିଶେଷ କରି ଗ୍ରାମଞ୍ଚଳରେ ରହିଯାଇଥିବା ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧--- ୯,୦୦