ଉଲ୍ଳେଖନୀୟ କାର୍ଯ୍ୟପାଇଁ ଶିକ୍ଷକ ସମ୍ମାନୀତ
ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଭୀମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ଦାଶଙ୍କୁ ୭୨ତମ ଗଣତନ୍ତ୍ର ଦିବସରେ କେନ୍ଦ୍ର ସରକାରଙ୍କ ତରଫରୁ ସମ୍ମାନୀତ କରାଯାଇଥିବା ଜଣାପଡିଛି । ଶ୍ରୀ ଦାଶ ୨୦୧୧ ମସିହାରେ ଜଗଗଣନା କାର୍ଯ୍ୟସୁଚାର ରୂପେ ସମ୍ପାଦନ କରି ବ୍ଳକରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ପୁରୀ ତାଳବଣିଆ ପଡିଆରେ ଆୟୋଜିତ ସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୋଞ୍ଜ ପଦକ ସହିତ ମାନପତ୍ର ଶିକ୍ଷକ ଶ୍ରୀ ଦାଶଙ୍କୁ ସମ୍ମାନୀତ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଅନେକ ଶିକ୍ଷକ ଅନ ଲାଇନି ମାଧ୍ୟମରେ ଶୁଭେଛା ଜଣାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧----୫,୪୦