Breaking News

ପୋଷ୍ଟଅଫିସ ଛକ ବ୍ୟବସାୟୀ ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ


 ଜଟଣୀ,---- ଜଟଣୀ ପୋଷ୍ଟଅଫିସ ଛକ ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତ ଚୟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶନିବାର ସ୍ଥାନୀୟ ଅଗ୍ରୱାଲା ଧର୍ମଶାଳାଠାରେ ମଧ୍ୟାହ୍ନରେ ଆୟୋଜିତ ହୋଇଯାଇଛି । ଏନେଇ ପୋଷ୍ଟଅଫିସ ଛକର ୧୨୦ଜଣ ବ୍ୟବସାୟୀମାନଙ୍କୁ ନେଇ ପ୍ରତିଷ୍ଠିତ ବ୍ୟବସାୟୀ ବାଲକ୍ରିର୍ଷ୍ଣ ଅଗ୍ରୱାଲାଙ୍କ ପୈାରହିତ୍ୟରେ ଏକ ବୈଠକ ଧର୍ମଶାଳା ପାଙ୍ଗଣରେ ଆୟୋଜିତ ହୋଇଥିଲା । ଏଥିରେ ଜଟଣୀ ପୋଷ୍ଟଅଫିସ ଛକର ନୂତନ ସଭାପତି ଭାବେ ଜଟଣୀ ପ୍ରେସକ୍ଲବର ଉପଦେଷ୍ଟା ତଥା କ୍ରିଡାବିତ ହେମନ୍ତ କୁମାର ସୁନ୍ଦରାୟ,ଉପସଭାପତି ମନୋରଂଜନ ନାୟକ, ସମ୍ପାଦକ ମାନସ କୁମାର ମିଶ୍ର,ସହସମ୍ପାଦକ ଚିତରଂଜନ ପ୍ରଧାନ,କୋଷାଧ୍ୟକ୍ଷ ନବୀନ କୁମାର ସାହୁ ପ୍ରମୁଖ ବିବେଚିତ କରାଯାଇଥିବା ବେଳେ ମୂଖ୍ୟ ଉପଦେଷ୍ଟାଭାବେ ଉମାଶଙ୍କର ମିଶ୍ର,କୃର୍ଷ୍ଣମୋହନ ରାଉତରାୟ,ସୁବାଶ ଅଗ୍ରୱାଲଙ୍କୁ ଚୟନ କରାଯାଇଛି । ସେହିପରି ଆଇନ ପରାମର୍ଶଦାତାଭାବେ ଅଧିବକ୍ତା ସଂଜିତ କୁମାର ଦାସଙ୍କୁ ସଂଘ ଚୟନ କରିଛି । ସେହିକ୍ରମରେ ସଂଘର ସହସମ୍ପାଦକଭାବେ କୈଳାଶଚନ୍ଦ୍ର ସାହୁ,ମୁକ୍ତି ପ୍ରସାଦ ମିଶ୍ର, ପଦାରବିନ୍ଦ ସାହୁ, ବିନୟ କୁମାର ସାହୁ ପ୍ରଭୃତି ୯ଜଣ କର୍ମକର୍ତା ଚୟନ ହୋଇଥିବା ବେଳେ ଗଣେଶପୂଜା କାର୍ଯ୍ୟକାରୀ କମିଟିଲାଗି ରବିନ୍ଦ୍ର କୁମାର ନାୟକ, ନରେଶ କୁମାର ଅଗ୍ରୱାଲା, ଗିରିଧାରୀଲାଲ ଶର୍ମା, ପ୍ରମୋଦ କୁମାର ତିୱାରୀ ପ୍ରଭୃତିଙ୍କ ମୋଟ ୧୪ଜଣଙ୍କୁ ନେଇ ସକ୍ରିୟ କମିଟି ଗଠନ କରାଯାଇଛି । ଜଟଣୀର ପୋଷ୍ଟଅଫିସ ଛକ ସହରର ଏକ ପ୍ରମୁଖ ଛକଭାବେ ବିବେଚିତ ହେଉଥିବା ବେଳେ ଉନ୍ନତିମୂଳକ କାର୍ଯ୍ୟରେ ସେତେଟା ଅଗ୍ରଗତି ହେଉନାହିଁ । ଫଳରେ ଅନେକ ବ୍ୟବସାୟୀ ଦୋକାନଗୃହ ମାଲିକମାନେ ପୈାରପରିଷଦକୁ ଟିକସଦେଇ ମଧ୍ୟ ସହରାଚଂଳ ସୁବିଧାରୁ ବାଦ ପଡୁଥିବା ଅଭିଯୋଗ ହୋଇଆସୁଛି । ରାସ୍ତାଘାଟ,ବିଦ୍ୟୁତ ସେବା ,ନାଳନର୍ଦ୍ଧମା,ଷ୍ଟ୍ରିଟଲାଇଟ ଇତ୍ୟାଦି ସୁବିଧାରୁ ସେମାନେ ବଞ୍ଚିତ ହେଉଥିଲେ ।ପୋଷ୍ଟଅଫିସ ଛକ ମଧ୍ୟରେ କେତେକ ରାଷ୍ଟ୍ରାୟତ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଡାକସେବା, ଟାଉନହଲ,ଧର୍ମଶାଳା,ଦୈନିକ ଆମିଷ ହାଟ ଇତ୍ୟାଦି ଆବଶ୍ୟକିୟ ବ୍ୟବସ୍ଥାମାନ  ରହିଛି । ତେଣୁ ଏହି ଛକ ଉପରେ ପ୍ର୍ରତିଦିନ ହଜାର ହଜାର ସଂଖ୍ୟକ ଲୋକେ ନିର୍ଭର କରିଥାନ୍ତି । ତେଣୁ ଜଟଣୀ ପୋଷ୍ଟଅଫିସ ଛକକୁ ସ୍ୱତନ୍ତ୍ର ଛକର ମାନ୍ୟତା ଦେବାଲାଗି ପୋଷ୍ଟଅଫିସ ବ୍ୟବସାୟ ସଂଘ ଅଂଟା ଭିଡିଛି । ଅନ୍ୟପକ୍ଷରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜାରେ ଏହି ପୋଷ୍ଟଅଫିସ ଛକ ଏକ ଭିନ୍ନଧରଣର ପୂଜା ଆୟୋଜନ କରିବାଲାଗି ବିଚାରବିମର୍ଷ କରାଯାଇଛି । ଏଥି ବ୍ୟତିତ ଏହି ବ୍ୟବସାୟ ସଂଘ ସମାଜସେବା ପ୍ରତି ଆଗ୍ରହ୍ୟ ପ୍ରକାଶ କରିଛି । ବିଭିନ୍ନ ସମୟରେ ବ୍ୟବସାୟୀମାନେ ସମାଜସେବା କରିବାଲାଗି ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ଥାନୀୟ ପୋଷ୍ଟଅଫିସ କାର୍ଯ୍ୟାଳୟ ପରିସରରେ ପୋଷ୍ଟମାଷ୍ଟର ସତ୍ୟବାଦି ଦାସଙ୍କ ଆତିଥ୍ୟରେ ବ୍ୟବସାୟ ସଂଘର ନବନିର୍ବାଚିତ ସଭାପତି ହେମନ୍ତ କୁମାର ସୁନ୍ଦରାୟ,ବାଲକ୍ରିଷ୍ଣା ଅଗ୍ରୱାଲ, ଧୀରେନ ପ୍ରତିହାରୀ ପ୍ରମୁଖଙ୍କ ସହିତ କମିଟିର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ଭୋଜିଭାତର ଆୟୋଜନ କରାଯାଇଥିଲା ବେଳେ ‘ଦିଲୀ ଦରବାର’ ପକ୍ଷରୁ କମିଟିର ସମସ୍ତ କର୍ମ୍‌କର୍ତ୍ତାମାନଙ୍କୁ ଫଳରସ ବଣ୍ଟନ କରାଯାଇଥିଲା । 

ଜଟଣୀରୁ ରଙ୍ଗନାଥ ବେହେରା, ୩୧/୧/୨୦୨୧


Blog Archive

Popular Posts