Breaking News

ନାଉରିଆ ମାନଙ୍କ ଦ୍ୱାରା ଚିଙ୍ଗୁଡିଆ ନାଳରେ ବାଉଁଶ ପୋଲ ; ଜିଲ୍ଲା ପ୍ରଶାସନ ଆଖି ବୁଜି ବସିଛି


 ବରୀ---- ଯାଜପୁର ଜିଲ୍ଲା ବରୀ ବ୍ଲକ  ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ଏରଡା ଗ୍ରାମର ଚିଙ୍ଗୁଡିଆ ନାଳରେ ନାଉରିଆଙ୍କ ସହାୟତାରେ ଆରମ୍ଭ ହୋଇଛି ବାଉଁଶ ପୋଲ । ବ୍ଲକର ଏହି ଅଞ୍ଚଳଟି ନଦୀ ନାଳ ଭରା ଅଞ୍ଚଳଭାବେ ପରିଚିତ ଥିବାବେଳେ  ଯେକୌଣସି କାର୍ଯ୍ୟ ପାଇଁ ଯିବାକୁ ହେଲେ ଡଙ୍ଗାର ଆବଶ୍ୟକ ପଡିଥାଏ । ବୋଦୁଅ - ଏରଡା ଗାଁକୁ ଯାତାୟତ କରିବାକୁ ଏହା ପ୍ରମୁଖ ବାଟ ହୋଇଥିବାବେଳେ ବରୀ ବ୍ଲକ, କଲେଜ, ତହସିଲ, ମେଡିକାଲ ଏପରିକି ବାଲିଆପାଳ ବରୀ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଏହି ଚିଙ୍ଗୁଡିଆ ନାଳର  ଡଙ୍ଗା ପାର ହୋଇ ଯିବାକୁ ପଡିଥାଏ । କିନ୍ତୁ ନାଳର ଜଳସ୍ତର କମିବା ଦ୍ୱାରା ଡଙ୍ଗା ବା ବୁଟିବୁଟି ନଯାଇ ପାରିବାରୁ ସାଇକେଲ, ମଟର ସାଇକେଲ  ଯାତାୟତରେ ଘୋର ଅସୁବିଧା ହେଉଥିଲା । ସ୍ଥାନୟ ବାସିନ୍ଦାଙ୍କ ସମେତ ବରୀ, ବାଲିଆପାଳ ସମେତ ଆଖପାଖ ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଦେଇ ବିଂଝାରପୁର ଓ ଯାଜପୁରକୁ ଯିବା ଆସିବା କରିଥାନ୍ତି । ବାଉଁଶପୋଲ ହେବା ଦ୍ୱାରା ନାଳର ଉଭୟ ପଟରୁ ଲୋକମାନେ ସୁବିଧାରେ ଯାତାୟତ କରିବା ସମ୍ଭବ ହୋଇପାରିଛି । ନାଉରୀଆମାନଙ୍କର ଅକ୍ଳାନ୍ତ ପରିଶ୍ରମ ସହିତ ଅର୍ଥରାଶି ଖର୍ଚ୍ଚ କରି ଏହି ବାଉଁଶ ପୋଲ ନିର୍ମାଣ  ହୋଇପାରିଛି । ଯାହାଫଳରେ ଏହି ପୋଲ ଦେଇ ସାଇକେଲ, ମଟର ସାଇକେଲ ସୁବିଧାରେ ନାଳ ପାରେ ହୋଇ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ନାଉରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ରାଜ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିସାରିଥିବା ବେଳେ ଏବେ ଗ୍ରାମକୁ ରାସ୍ତା ନାହିଁ ।  ଜିଲ୍ଲା ପ୍ରଶାସନର ନିଦ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ ଦେଖାଯାଉ ଏହି ନାଳରେ କେବେ ବ୍ରିଜ ନିର୍ମାଣ ହେବ ନା ସେହିପରି ବାଉଁଶ ପୋଲରେ ପରମ୍ପରା ଚାଲିଥିବ ତାହା ଦେଖିବାକୁ ରହିଲା । 


ବରୀରୁ ଦର୍ଶନ ବେହେରା, ୩୦/୧/୨୦୨୧---- ୬,୧୫


Blog Archive

Popular Posts