Breaking News

ହରିପୁର ଗ୍ରାମରେ ବିସ୍ପୋରଣ ଘଟି ଦୁଇ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର


ଧରାକୋଟ-----ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡ଼ାବିଲି ଗ୍ରାମ ପଂଚାୟତ ହରିପୁର ଗ୍ରାମରେ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । କୌଣସି ଏକ ବିସ୍ପୋରକ ଦ୍ରବ୍ୟ ବିସ୍ପୋରଣ ଘଟି ଦୁଇଜଣ ନାବାଳକ ଛାତ୍ର  ଗୁରୁତର ହୋଇ ଧରାକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣେ ଛାତ୍ର ରାଜା ବିଶୋଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଆଜି ସନ୍ଦ୍ୟାରେ ଦୁହେଁ ଖେଳୁଥିବା ବେଳେ କୌଣସି ଏକ ବିସ୍ପୋରକ ଦ୍ରବ୍ୟର ବିସ୍ପୋରଣ ଘଟି ହରିପୁର ଗ୍ରାମର-ରାଜା ବିଶୋଇ ବୟସ ୧୧ ପିତା ଅଚ୍ୟୁତ ବିଷୋୟୀ ଓ ପ୍ରତାପପୁର ଗ୍ରାମର ସୁଭମ ଭୂୟାଁ ବୟସ ୧୧ ଷଷ୍ଠ ଶ୍ରେଣୀ ଛାତ୍ର ପିତା କୃଷ୍ଣ ଭୂଇଁଆ  ଆହତ ହୋଇଛନ୍ତି। ଖବର ସଂଗ୍ରହ ସୁଦ୍ଧା ପ୍ରକୃତ ତଥ୍ୟ ମିଳି ନଥିଲା  । 
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ୩୦/୧/୨୦୨୧---୬,୪୦

Blog Archive

Popular Posts