ଅଗ୍ନିକାଣ୍ଡରେ ୪୦ ବସ୍ତା ଧାନ ଜଳିଗଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୁନିଆ ବିଶ୍ୱାଳଙ୍କର ୫ ଏକର ବିଲର ଧାନ କଳେଇଗଦା ଅଗ୍ନିକାଣ୍ଡ ଘଟି ପୋଡିଯାଇଛି । ଯାହାରକି ମୂଲ୍ୟ ପ୍ରାୟ ୫୦ ହଜାରଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବାହିନୀର ଅଧିକାରୀ ମନୋଜ ପାତ୍ର ଦୁଇଟି ଗାଡି ନେଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୨/୧/୨୦୨୧---୯,୪୦