ଗୋପବନ୍ଧୁ ଦାସ ହେରିଟେଜ ଉନ୍ନୟନ ପ୍ରକଳ୍ପ ନିର୍ମାଣ ସ୍ଥଳ ବୁଲି ଦେଖିଲେ ଜିଲ୍ଲାପାଳ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଶୁକବ୍ରାର ସକାଳେ ପୁରୀର ନୂତନ ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଦାସ ହେରିଟେଜ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଏହା ହେଉଛି ପ୍ରଥମ ସୁଆଣ୍ଡୋ ଗ୍ରାମକୁ ଗସ୍ତ । ଏହି ଗସ୍ତ ସମୟରେ ବିଭିନ୍ନ ଅଧିକାରୀଙ୍କ ସହ ଜିଲ୍ଲାପାଳ ରହିଥିଲେ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି । ପ୍ରକଳ୍ପ ପାଇଁ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ କରାଯାଇଥିବା ଜଣାପଡିଛି । ଗୋପବନ୍ଧୁଙ୍କ ଷଠିଘର ର ସଂରକ୍ଷଣ, ମିୟୁଜିୟମ, ପ୍ରତିମୂତ୍ତି ସ୍ଥାପନ, ସୂଚନାକେନ୍ଦ୍ର, ମିନିପାର୍କ , ସଭାସମିତି ପାଇଁ ଗୃହ, ଭିତିଭୂମି ବିକାଶ, ଅତ୍ମପାର୍କ, ସୁଆଣ୍ଡୋ ଗ୍ରାମ ଦାଣ୍ଡ ସହିତ କେନାଲ ବନ୍ଧ ରାସ୍ତା ଓ ୩୧୬ନଂ ଜାତୀୟ ରାଜପଥରୁ ପଟ୍ଟନାୟକିଆ ଛକ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ରାସ୍ତା , ଗ୍ରାମ ଦେବତା ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ କରାଯାଇ ଆସନ୍ତା ଅକ୍ଟୋବର ୯ ତାରିଖଗୋପବନ୍ଧୁ ଜୟନ୍ତୀ ସୁଦ୍ଧା ଶେଷ କରାଯିବ ବୋଲି ଜିଲ୍ଲାପାଳଶ୍ରୀ ବର୍ମା ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ନୀତି ରଞ୍ଜନ ସ୍ୱାଇଁ, ଜିଲ୍ଲା ସଂସ୍କୃତ ି ଅଧିକାରୀ ଚୋଧୂରୀ ଅରବିନ୍ଦ ଦାଶ, ଓପିଜିସି ସ୍ଥପତ ଅକ୍ଷୟ ବେଉରିଆ, ରାସ୍ତା ଓ ଗୃହ ନିର୍ବାଣ ନିର୍ବାହୀଯନ୍ତ୍ରୀ ଗିରିଶି ଚନ୍ଦ୍ର ରାୟ, ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବିଡିଓ କ୍ଷୀରୋଦ ଚନ୍ଦ୍ର ବେହେରା, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ, ରେଭିନ୍ୟୁ ସୁପରଭାଇଜର ସୁଶାନ୍ତ କୁମାର ଧଳ, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ଗ୍ରାମବାସୀ ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୨/୧/୨୦୨୧---୯,୨୦