ମା’ ଜଟିଆଣୀଙ୍କ ପିଠରେ ସାମ୍ବଦଶମୀ, ଦୁଇ ମେଣ୍ଢାରେ ହେଲା ପାରମ୍ପରିକ ମେଣ୍ଢା ଲଢେଇ
ଜଟଣୀ---- ଜଟଣୀ ନିକଟସ୍ଥ ପାତ୍ରପଡା ଅଞ୍ଚଳରେ ପ୍ରମୂଖ ଦେବୀ ତଥା ଅଧିଷ୍ଠାତ୍ରୀ ଦେବୀ ମା’ ଜଟିଆଣୀଙ୍କ ପିଠରେ ୪୫ତମ ସାମ୍ବତ୍ସରିକ ଉତ୍ସବ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ବିଧୀରକ୍ଷା କରିବାଲାଗି ୩ଦିନିଆ କାର୍ଯ୍ୟକ୍ରମରେ ନବମୀ ତିଥୀରେ ନାଗା,ଘୋଡାନାଚ,ସଲଟଣ ଇତ୍ୟାଦି ମହାଆଡମ୍ବରରେ ନଗର ପରିକ୍ରମା କରିଥିବା ବେଳେ ଦଶମୀ ତିଥୀରେ ଓଡିଶା ପ୍ରସିଦ୍ଧ କଣ୍ଠ ଶିଳ୍ପିମାନଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜିତ କରାଯାଇଥିଲା । ବିଭିନ୍ନ ଜିଲା ତଥା ପୁରୀ,ଖୋର୍ଦ୍ଧା ପ୍ରଭୃତି ଜିଲାରୁ ଆସିଥିବା ସଂକିର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକିର୍ତନ ପରିବେଷଣ କରାଯାଇଥିଲା । ରବିବାର ତଥା ଅନ୍ତିମ ଦିନରେ ପରମ୍ପରା ପାଳନ କରିବାଲାଗି ୨ଟି ମେଣ୍ଢା ଲଢେଇର ଆୟୋଜନ ହୋଇଥିଲା । ଜଟଣୀ ନିକଟସ୍ଥ ନିରଜଂନପୁର ଦକ୍ଷୀଣକାଳି ରଜଂନ ବିଶ୍ୱାଳଙ୍କ ମେଣ୍ଢା ଏବଂ ବାଛରାପାଟଣା ସିଦ୍ଧମହାବୀର ପ୍ରକାଶ ନାଏକଙ୍କ ମେଣ୍ଢାକୁ ନେଇ ପାରମ୍ପରିକ ମେଣ୍ଢା ଲଢେଇ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ବାଇଧର ପ୍ରଧାନ,ପଦ୍ମଚରଣ ପ୍ରଧାନ,ମନମୋହନ ରାଉତରାୟ, କେଳୁ ଚରଣ ସାହୁ, ମା ଜଟିଆଣୀ ଦେବୀ ପରିଚାଳନା କମିଟିର କର୍ମକର୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୨୪/୧/୨୦୨୧---୯,୨୫