ବ୍ରହ୍ମ କମଳ ଫୁଲ ଫୁଟିଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଅଗଣାରେ ଥିବା ବ୍ରହ୍ମକମଳ ଗଛରେ ଆଜକୁ ତିନିବର୍ଷ ହେଲା ଫୁଲ ଫୁଟିଚାଲିଛି । ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଗଥରେ ପୁଲ ପୁଟିବା ଆରମ୍ଭ ହୋଇଥାଏ । ପ୍ରତିବର୍ଷ ଫୁଲ ଫୁଟିଲେ ପ୍ରଥମେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଦେଇଥାନ୍ତି । ଏ ବର୍ଷ କରୋନା ଯୋଗୁ ଫୁଲ ପ୍ରଭୁ ଜଗନ୍ନାଥଙ୍କୁ ଦେଇ ନ ପାରିବାରୁ ଶ୍ରୀ ମହାପାତ୍ର ଦୁଖିତ ବୋଲି କହନ୍ତି । ଏବେ ଯେଉଁ ଫୁଲ ଫୁଟୁଛି ସେ ଗୁଡିକ ନିଜ ଘର ଦେବା ଦେବୀଙ୍କୁ ଦେବା ସହିତ ଆଖପାଖ ଗ୍ରାମ ଠାକୁର ଠାକୁରାଣୀଙ୍କୁ ଦେଉଥିବା କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧---୯,୨୫