ଅଳଗୁମରେ ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତରେ ଜାଗେଶ୍ୱରୀ ସେବା ସମବାୟ ସମିତି ଲିଃ ପରିସରରେ ପ୍ରଥମ କରି ଧାନ ମଣ୍ଡିକୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅନ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲାପରିଷଦ ସଭ୍ୟା ଚନ୍ଦନା ରାୟ, ବିଜେଡି ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ସମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ଶଙ୍କର ପ୍ରଧାନ ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତିଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ଏହି ସମବାୟ ସମିତିର ଚାଷୀ ମାନେ ପାଖ ମଧୁବନ ପଞ୍ଚାୟତରେ ଧାନ ବିକ୍ରୟ କରୁଥିଲେ । ଯେ ହେତୁ ଏଠାରେ ସମବାୟ ସମିତିର ସମ୍ପାଦକ ନାହାନ୍ତି ତେଣୁ ସମବାୟ ସମିତି କାର୍ଯ୍ୟାଳୟରେ ଚାବି ପଡିଥାଏ ।
ଏବେ ସାଣ୍ଢରା ଶାସନର ସମବାୟ ସମିତିର ସମ୍ପାଦକ ଦୀନବଂଧୁ ରାଉତ ଅଳଗୁମ ସମବାୟ ସମିତିର ସମ୍ପାଦକ ଭାବେ ଅତିରିକ୍ତ ଭାବେ ଦାୟତ୍ୱ ନେଇଛନ୍ତି । ଅଳଗୁମ ସମବାୟ ସମିତିରେ ପ୍ରାୟ ୧୨ଶହ ଚାଷୀ ରହିଥିବା ବେଳେ ୩୫୨ ଜଣ ଚାଷୀ ଅଳଗୁମରେ ଧାନ ବିକିବା ପାଇଁ ନାମ ପଞ୍ଜୀକରଣ କରିଥବା ବେଳେ ମଧୁବନରେ ୮୬ ଜଣ ଚାଷୀ ଖରିଫ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥବା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି । ପ୍ରଥମ ଦିନରେ ଜଣେ ଚାଷୀଙ୍କ ଠାରୁ ୫୦ କୁଇଶ୍ଟାଲ ଧାନ କିଣାଯାଇଥିବା ସମିତିର ସମ୍ପାଦକ ଦୀନବଂଧୁ ରାଉତ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧----୫,୪୦