Breaking News

ସରପଞ୍ଚ ଉପ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀପତ୍ର ଦାଖଲ


 ପିପିଲି--- ପୁରୀ ଜିଲ୍ଲା ପିପିଲି ବ୍ଳକର ନୂଆଶାସନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ନିର୍ବାହଚନକୁ ଉଚ୍ଚ ନ୍ୟାୟଳୟ ଅସିଦ୍ଧ ଘୋଷଣା କରିବା ସହ ପୁର୍ନବାର ନିର୍ବାଚନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ନ୍ୟାୟଳୟଙ୍କ ନିର୍ଦ୍ଦେଶ ଅନୁସାରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ କରାଯାଉଛି । ଆଜି ଚିନ୍ମୟ ମହାପାତ୍ର ପିପିଲି ବିଜେଡି ପାର୍ଟି କାର୍ଯ୍ୟାଳୟ ଠାରେ ଥିା ମହାବୀର ହନୁମାନଙ୍କୁ ପୁଜାର୍ଚ୍ଚନା କରି ନିଜର ସମର୍ଥକଙ୍କ ସହିତ ଏକ ମଟର ସାଇକେଲ ଶୋଭାଯାତ୍ରାରେ ପିପିଲି ବ୍ଳକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।
ତାଙ୍କ ସହିତ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲି ବ୍ଳକ ଅଧ୍ୟକ୍ଷା , ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମାର ସଭାପତି ତଥା ପୁରୀ ଜିଲ୍ଲା ବିଜେଡି ଦଳର ସମ୍ପାଦକ ଧରଣୀ ଧର ସାହୁ, ସତ୍ୟଜିତି ରାୟ ଚୌଧୁରୀ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଙ୍କ ସହିତ ପିପିଲି ବ୍ଳକ ପାଇଁ ନିଯୁକ୍ତି ହୋଇଥିବା ବଜେଡି ଦଳର ଅବଜର ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ସହିତ ବହୁ ଜନପ୍ରତିନିଧି ଓ ମହିଳା ନେତ୍ରୀ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ପିପିଲି ବ୍ଳକ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଦାୟତ୍ୱରେ ଥିବା ଓବିଡିଓ ଶୈଳବାଳା ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ଆଦିକନ୍ଦ ବେହେରାଙ୍କୁ ୫ଟି ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର, ୨୯/୧/୨୦୨୧----୬,୧୫

Blog Archive

Popular Posts