Breaking News

ବରକେରା ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

 


ଡେଲାଙ୍ଗ ------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । କୋଭିଡ-୧୯ ଆଇନ ଅନୁଯାୟୀ ମା ଓ କନ୍ୟା ମାନଙ୍କୁ ନେଇ ଏକ ଆଲେଚନା ସଭା କରାଯାଇଥିଲା ।  ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ ଆୟୋଜନ କରିବା ସହ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ।  ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ,ଚାରୁଲତା  ପ୍ରଧାନଓ ଶିକ୍ଷକ ସୁଧୀର କୁମାର ଜେନା ପ୍ରମୁଖ ଯୋଗ ଦେଇକନ୍ୟା ସନ୍ତାନଙ୍କ ପ୍ରତି ଅବହେଳା ନ କରି ସେମାନଙ୍କର ସଠିକ ଯତ୍ନ ନେବା ପାଇଁ ଉପସ୍ଥିତ ଥିବା ମା ଓ କନ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । କନ୍ୟାର ଯନ୍‌ô ନେଲେ ଆମେ ଭଲ ମା ହୋଇ ପାରିବା ପରି ଅତିଥି ମାନେ କହିଥିଲେ । ଝିଅ ହେଲେ ପାଠୋଇ, ଦେଶ ଯୁବ ଯୁବ ଆଗେଇ, କନ୍ୟା ରତ୍ନକର ଯତ୍ନ ଆଦି ସ୍କେଗାନ ଦିଆଯାଇଥିଲା । ମଞ୍ଜୁଲତା ପ୍ରଧାନ ଧନ୍ୟବାଦ ଦେଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧--୯,୩୫

Blog Archive

Popular Posts