Breaking News

ଡେଲାଙ୍ଗରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ଦୁଇ ସଂଗ୍ରାମୀ ନେତାଙ୍କ ଫଟୋଚିତ୍ରରେ ମ୍ୟାାର୍ପଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ ଓ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ େଂଯାଗ ଦେଇଥିଲେ । ଅନୁଷ୍ଠିତ ସଭାରେ ଯୋଗ ଦେଇଥବା ବକ୍ତା ମାନେ ନେତାଜୀ ଓବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ କରିଥିଲେ । ସର୍ବ ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ବୃକ୍ଷ ଚାରା ବଣ୍ଟନ କରିବା ସହ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୧---୯,୨୦

Blog Archive

Popular Posts