ଘରୋଇ କଳିରେ ହସ୍ତକ୍ଷେପ କରି ଜନକଲ୍ୟାଣ ସଂଘର ଉପସଭାପତି ଗିରଫ
ଜଟଣୀ -ଜଟଣୀ ଗୋରା ଧର୍ମଶାଗର ଦଳିତ ଦମ୍ପତି ପାରିବାରିକ କଳହରେ ହସ୍ତକ୍ଷେପ କରିବା ଓ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଘଟଣାରେ ଜନକଲ୍ୟାଣ ସଙ୍ଘର ଉପ ସଭାପତି ଆଜି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଟଣୀ ଥାନା ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଜଟଣୀ ଅନପଞ୍ଜିକୃତ ସଂଘଠନ ଜନକଲ୍ୟାଣ ସଂଘର ଉପସଭାପତି ସନାତନ ନାୟକ ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ଘୋଡ଼ା ଧର୍ମଶାଗର ଦଳିତ ସାହିରେ ରହୁଥିବା ସୁରେଶ କୁମାର ନାଏକ ଓ ତାଙ୍କ ପତ୍ନୀ ସୁନିତା ନାଏକ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାର ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ । ସମାଧାନ ହୋଇନପାରିବାରୁ ସୁନିତା ନାୟକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ଉଭୟ ପକ୍ଷଙ୍କୁ ଡକାଇ ଆପୋଷ ବୁଝାମଣା କରି ଛାଡି ଦେଇଥିଲେ । କିନ୍ତୁ ତା ପରଦିନ ପୁନର୍ବାର ସନାତନ ନାଏକ ସେହି ସାହିର ସୁନିତା ନାଏକ ନାମକ ବିବାହିତ ନାରୀଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଇ ତାଙ୍କ ଶାଢ଼ୀକୁ ଟଣାଉତରା କରି ଦୁର୍ବ୍ୟବହାର ଦେଖାଇଥିଲେ । ଏହାଫଳରେ ମହିଳା ଜଣକ ଥାନାକୁଯାଇ ଅଭିଯୋଗ ପତ୍ର ଦେଇଥିଲେ । ସେହି ଅଭିଯୋଗକୁ ଆଧାରକରି ଜଟଣୀ ଥାନା କେସ ନଂ ୬୬/୨୧ରେ ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜଟଣୀ ରୁ ରଙ୍ଗନାଥ ବେହେରା , ,୩୧/୧/୨୦୨୧---- ୯,୨୦