Breaking News

କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ସହିତ ଗାନ୍ଧୀ ଦର୍ଶନ ଓ ଶିକ୍ଷା ଆଲେଚନା ଚକ୍ର ଅନୁଷ୍ଠିତ


 ଡେଲାଙ୍ଗ --------- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସରେ ବିଦ୍ୟାଳୟ ପରିସରରେ ଏକ ଗାନ୍ଧୀ ଦର୍ଶନ ଓ ଶିକ୍ଷା ଆଲେଚନା ଚକ୍ର ସହ ମୋ ସ୍ଳୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେରବୋଇ ଗାନ୍ଧୀ ପୀଠରେ ଗାନ୍ଧୀଙ୍କ ପ୍ରଅତିମୂର୍ତ୍ତିରେ କବି ପ୍ରସନ୍ନ ପାଟ୍ଟଶାଣୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓପୁରାତନ ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅତିଥି ମାନେ ମାଲ୍ୟାର୍ପଣ କରିବା ପରେ ଅତିଥି ମାନେ ସବୁଜ ପ୍ରତକା ଦେଖାଇ ଏକ ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆୟୋଜନ କରିଥିଲେ । ଅନୁଷ୍ଠିତ ଆଲେଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ  ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂନ୍ଧ୍ୟାବତୀ ପ୍ରଧାନ, ସମ୍ମାନୀତ ଅତିଥି ଡ. ବିଜୟ କୁମାର ସାହୁ, ଉପଦେଷ୍ଠା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ମୁଖ୍ୟବକ୍ତା ଭାବେ ହରେନ ରସିଦ ଖାନ ଡେପୁଟି ଗର୍ଭନର ରିଜଭ ବ୍ୟାଙ୍କ, ଲେଖକ ତଥା ସମ୍ବକାର ଗୌରାଙ୍ଗ ଚରଣ ପରିଡା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଶଶାଙ୍କତୁଡାମଣି ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଏହି ଅବସରରେ ଗାନ୍ଧୀଙ୍କ  ଦର୍ଶନ ଓ ଶିକ୍ଷା ସମ୍ପର୍କରେ ଏକ ଆଲେଚନା କରାଯାଇଥିଲା । ପରେ ପରେ ପୁରାତନ ଛାତ୍ର ମାନଙ୍କୁ ନେସ୍ରାଜ୍ୟ ସରକାରଙ୍କ ମୋ ସ୍ଳୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର କିପରି ଉନ୍ନତି କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲେଚନା କରାଯାଇଥିଲା ।  ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ପ୍ରଧାନ ଶିକ୍ଷକଙ୍କ ଦାୟତ୍ୱରେ ଥିବା ଶିକ୍ଷକ ହୃଷିକେସ ବଳ୍ରିାରସିଂ ଓ ପୁରାତନ ଛାତ୍ର ସଂସଦର ସମ୍ପାଦକ ତ୍ରିନାଥ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୧/୨୦୨୧----୭,୨୫

Blog Archive

Popular Posts