Breaking News

ପୁଣି କନ୍ଧମାଳ ରେ ଲାଲ ବାହିନୀ ର ବର୍ବର କାଣ୍ଡ ; ପୋଲିସ ଇନଫରମର ଭାବି ଦୁଇ ଯୁବକଙ୍କୁ ହତ୍ୟା


ପୁଣି କନ୍ଧମାଳ ରେ ଲାଲ ବାହିନୀ ର ବର୍ବର କାଣ୍ଡ  , ପୋଲିସ ଇନଫରମର ଭାବି ଦୁଇ ଯୁବକଙ୍କୁ  ହତ୍ୟା ।ଘରୁ ଡାକି ଆଣି ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ବେଲଘର ଥାନା ଗୋଛାଗୁଡା ଗାଁ ରେ ବିଳମ୍ବିତ ରାତିରେ  ପୋଲିସ ଇନଫରମର  ସନ୍ଦେହ କରି ଗୁଳି କରି  ହତ୍ୟା କରାଯାଇଥିବା ବେଳେ ଘଟଣା ସ୍ଥଳରେ ହାତଲେଖା ମାଓ ପୋଷ୍ଟର ଛାଡ଼ିଛି ଲାଲ ବାହିନୀ । ଭଣ୍ଡାରଙ୍ଗୀ ପଂଚାୟତ ର ସରପଞ୍ଚ ଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୋଛାଗୁଡା ଗାଁ ର ହେମନ୍ତ ପାତ୍ର କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ସି. ପି. ଆଇ ମାଓବାଦୀ ସଙ୍ଘଠନ ର ବଂସଧାରା ଘୁମୁସର ନାଗାବଳି ପକ୍ଷରୁ ହତ୍ୟା କରାଯିବା ନେଇ  ପୋଷ୍ଟର ମାଧ୍ୟମରେ ସ୍ପଷ୍ଟ କରିଛି ଲାଲ ବାହିନୀ । ଗତ ସେପ୍ଟେମ୍ବର ଦୁଇ ତାରିଖ ରେ କନ୍ଧମାଳ କଳାହାଣ୍ଡି ସୀମାନ୍ତ ସିରକି ଜଙ୍ଗଲ ରେ ପାଞ୍ଚ ମାଓବାଦୀ ଙ୍କ ହତ୍ୟା ଘଟଣା ରେ ସମ୍ପୃକ୍ତି ନେଇ ପୋଲିସ ସୂଚନାଦାତା ପାଇଁ ହତ୍ୟା କରିଥିବା ମାଓବାଦୀ ସଙ୍ଘଠନ ପୋଷ୍ଟର ଜରିଆରେ ସ୍ପଷ୍ଟ କରିଛି । ଏଥି ସହ ପନ୍ଦର ଦିନ ମଧ୍ୟରେ ପୋଲିସ ସୂଚନାଦାତା ଆତ୍ମ ସମର୍ପଣ ନ କଲେ ପ୍ରଜା କୋର୍ଟ ରେ ଦଣ୍ଡ ଦେବାକୁ ଚେତାବନୀ ଦେଇଛି ଲାଲ ବାହିନୀ । ଦୁଇ ଯୁବକ ଙ୍କୁ ହତ୍ୟା ପରେ ଏବେ ସ୍ଥାନୀୟ ଅଂଚଳରେ ଭୟ ର ବାତାବରଣ ସହ ଶୋକାକୁଳ ପରିବେଶ  ଦେଖାଯାଇଛି । ବର୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ନଥିବା ଗ୍ରାମବାସୀ ଓ ମୃତକ ଙ୍କ ପରିବାର ଲୋକ କହିଛନ୍ତି l
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Blog Archive

Popular Posts