Breaking News

ସତ୍ୟବାଦୀରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ


  ସାକ୍ଷୀଗୋପାଳ -----  ସତ୍ୟବାଦୀରେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସବୁଠାରେ ପତକା ଉତ୍ତୋଳନ ହୋଇଯାଇଛି ।  ଗୋପବନ୍ଧୁଙ୍କ ଜନ୍ମପୀଠ ତଥା ଷଠୀଘରେ ଶିକ୍ଷାବିତ  ସମାଜସେବୀ ଓ ଗୋପବନ୍ଧୁ ପ୍ରେମୀ ମାନେ ପୁଣାତ୍ମା ପ୍ରତିମାୂର୍ତ୍ତିରେ ମାଲ୍ୟପର୍ଣ କରି ଗୋପବନ୍ଧୁ ଅମର ରହେ ସ୍ଳୋଗାନ ଦେଇଥିଲେ । ସେହିପରି ସତ୍ୟବାଦୀ ବ୍ଳକ ପରିସରରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷ ବିକ୍ରମ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ,ବିଡିଓ କ୍ଷୀରୋଦ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ଜିପିଓ ମଣ୍ଟୁ ସ୍ୱାଇଁ, ବଡବାବୁ ପ୍ରଫୁଲ ବେହେରା ଓ ଏବିଡିଓ ଶାରଦା ପ୍ରସନ୍ନ ମହାନ୍ତିଙ୍କ ସହିତ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତ ଓ ବ୍ଳକର କର୍ମଚାରୀ, ମହିଳା ଗୋଷ୍ଠୀର ନେତ୍ରୀ, ଜନପ୍ରତିନିଧି ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ମନୋଜ କୁମାର ନାୟକ ପତକା ଉତ୍ତୋଳନ କରିଥିବା ବେଳେ  ସତ୍ୟବାଦୀ ଥାନାରେ ଆଇଆଇ,ସି ଦେବୀ ପ୍ରସାଦ ପାତ୍ର , ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର, ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ସୁଆଣ୍ଡୋ ଠାରେ ସମ୍ପାଦକ ଧୀରେନ୍ଦ୍ର ନାଥ ଦାସ ପତକା ଉତ୍ତୋଳନ କରିଥିଲେ । ବକୁଳବନ ପରିସର, ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂୁର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟର୍ପଣ କରାଯାଇଥିଲା । କାଦୁଆ ଛକ ସ୍ଥିତ ଗୋପବନ୍ଧୁ ଦରିଦ୍ର ଆଶ୍ରମ ,  ଭାଜାପ।। ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଯାଗାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ସେହିପରି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ତଥା ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ଘଟୁଆରୀ ପତକା ଉତ୍ତୋଳନ କରିଥିଲେ । ରାଜ୍ୟ ସରକାର କୋଭିଡ-୧୯ ଅନୁଯାୟୀ  ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଅନୁପସ୍ଥିତିତରେ ସତ୍ୟବାଦୀ ଉଚ୍ଚ ବାଳକ, ବାଳିକା, ମହାବିଦ୍ୟାଳୟ,ପ୍ରାଥମିକ,ଉଚ୍ଚପ୍ରଥାମିକ, ସରକାରୀ ଓ ବେସରକାରୀ ଆଦି ବିଦ୍ୟାଳୟ ଗୁଡିକରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ୩୧୬ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପାଶ୍ୱର୍ରେ ଅବସ୍ଥିତ ଗ୍ରାମ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ପରେ ଜାତୀୟ ପତକା ଉତ୍ତୋଳନ କରି ଦେଶପ୍ରତି ଅବଦାନ ରହିଥିବା ସେହି ମହାପୁରଷଙ୍କ ଜିବନୀ ଉପରେ ଆଲେକପାତ କରିଥିଲେ ।  ଅନ୍ୟ ମାନଙ୍କ ମ୍ମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ ପାହନ୍ତାସିଂ, କୋଷା୍ମକ୍ଷ ସଂଜୁକ୍ତା ପାହନ୍ତାସିଂ , ମହିଳା ଗୋଷ୍ଠୀ, କୃଷକ କ୍ଳବର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ରେଲୱ, ଡାକଘର, ଦମକଳ କାର୍ଯ୍ୟାଳୟ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ଓ ସଂଗୀତ ମହାବିଦ୍ୟାଳୟ, ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବରେ ଆଇନିଜିବୀ ଅଞ୍ଜନ କୁମାର ହୋତା ଜାତୀୟ ପତକା ଉତ୍ତୋଳନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧---୮,୪୦

Blog Archive

Popular Posts