Breaking News

ସାକ୍ଷୀଗୋପାଳ ଠାକୁରଙ୍କ ପୁଷ୍ପାଭିଷେକ ବେଶ


 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିରରେ ପୁଷ୍ପାଭିଷେକ ବେଶ ଗୁରୁବାର ପାରମ୍ପାରିକ ରୀତିରେ ଦ୍ୱୀପହର ଧୂପରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କୁ ଜଳାଧିବାସ, ସ୍ନାନ, ନୂତନ ବସ୍ତ୍ର ପରିଧାନ କରିବା ପରେ ଗେଣ୍ଡୁ, ହେନା, ଡାଲିଆ , ରଙ୍ଗଣୀ, ଚମ୍ପା ଆଦି ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ତିଆରି ହୋଇଥିବା ମାଳ, ଟୋପି, ଛତି, ତ୍ରାସ , କାନ କୁଣ୍ଡଳ ଆଦି ଲଗା ଯାଇଥିଲା । ଏହି ଅବସରରେ ଜାତଭୋଗ, ଧୂପ. ଉପଚାର, ଆରତୀ ଅନ୍ତେ ପବିତ୍ର ପୂର୍ଣ୍ଣମୀ ଅବସରରେ ଠାକୁରଙ୍କୁ ପୁଷ୍ପରେ ସଜାଇ ଦିଆଯାଇଥିଲା ।  ବର୍ଷକୁ ଥରେ ଏହି ବେଶ ଦେଖିବା ପାଇଁ ସୁଯୋଗ ମିଳୁଥିବାରୁ ମନ୍ଦିରରେ ଭକ୍ତ ମାନଙ୍କର  ଗହଳି ଲାଗିଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧—୯,୩୦


Blog Archive

Popular Posts