କାର୍ଯ୍ୟରତ ଶିକ୍ଷକଙ୍କୁ ଯୁବକଙ୍କର ଆକ୍ରମଣ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀ ପାଟଣା ଗ୍ରାମ ପଞ୍ଚାୟତର କେତକୀ ପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ଉପରକୁ ଜଣେ ଯୁବକ ମାରଣାତ୍ମକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । କରୋନା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ରବିବାର ମଧ୍ୟ ବିଦ୍ୟାଳୟ ଖୋଲା ରହିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି । ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଶିକ୍ଷକ ଶ୍ରୀ ସ୍ୱାଇଁ ବସିକି କାର୍ଯ୍ୟ କରୁଥିବା ବେଳେ ବିଦ୍ୟାଳୟ ନିକଟ ଦୀନବନ୍ଧୁ ଭୋଳଙ୍କ ସାନ ପୁଅ ଶୁଭଦୀପ ଭୋଳ ନିଶାସକ୍ତ ହୋଇ ଅଫିସକୁ ଆସି ପ୍ରକାଶ ସାରଙ୍କ ନାମରେ ସେ ଅଭିଯୋଗ କରିବ ବୋଲି କହିବା ସହ ଗାଲି ଗୁଲଜ କରିବା ସହ ମାଡମାରିଥିଲା । ପ୍ରଧାନ ଶିକ୍ଷକ ତାକୁ ବୁଝା ସୁଝା କରି ତା ଘରକୁ ନେବା ସମୟରେ ପୁନଶ୍ଚ ଶୁଭଦୀପ ଦୌଡିକି ଆସି ପୁନର୍ବାର ପ୍ରକାଶ ସାରଙ୍କୁ ମାଡ ମାରିବା ସହ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଛି ବୋଲି ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧--୯,୪୦