ସତ୍ୟବାଦୀରେ ଜାତୀୟ ସଡକ ସୁରକ୍ଷା ଅଭିଯାନ ଅବସରରେ ସାଇକେଲ ଶୋଭାଯାତ୍ରା
ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଜାତୀୟ ସଡକ ସୁରକ୍ଷା ଅଭିଯାନ ପକ୍ଷରୁ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରୁ ଏକ ସାଇକେଲ ଶୋଭାଯାତ୍ରା ବାହାରିଥିଲା । ସଡକ ସୁରକ୍ଷା ଆଇନ ଅନୁଯାୟୀ ବିଭିନ୍ନ ପ୍ଳାକର୍ଡ ସାଇକେଲରେ ଲଗାଯିବା ସହ ସଚେତନତା ପାଇଁ ସଡକ ସୁରକ୍ଷା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଏମ.ଭି.ଆଇ ପ୍ରମୋଦ କୁମାର ସିଂ ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସବୁଜ ପତାକା ହଲାଇ ସଡକ ସୁରକ୍ଷା ସଚେତନତା ସାଇକେଲ ଶୋଭାଯାତ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଗାଡି ଚାଳନା ସମୟରେ ନିଶା ସେବନ ଠାରୁ ଦୂରରେ ରହନ୍ତୁ, ହେଲମେଣ୍ଟ ନିଜେ ଲଗାଇବା ସହ ପଛରେ ବସିଥିବା ବ୍ୟକ୍ତି ହେଲେମେଣ୍ଟ ଲଗାନ୍ତୁ, ଚାରିଚକିଆ ଚାଳକ ମାନେ ଗାଡି ଚଳାଇବା ସମୟରେ ସିଟ ବେଲଟ ଲଗାନ୍ତୁ , ସଡକ ସୁରକ୍ଷା ନିୟମ ମାନନ୍ତୁ ବୋଲି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ରଥ ବୁଲିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୬,୨୦