Breaking News

ସତ୍ୟବାଦୀରେ ଫନି ସହାୟତା ପ୍ରଦାନରେ ପାତର ଅନ୍ତରକୁ ନେଇ ଆମରଣ ଅନଶନ ; ଦ୍ୱିତୀୟ ଦିବସ


  ସାକ୍ଷୀଗୋପାଳ  ----ପୁରୀ ଜିଲ୍ଲାରେ ଫନି ଯିବାର ୧୯ ମାସ ପରେ ବି ଏଥିରେ ହୋଇଥିବା ଦୁର୍ନୀତି ଗନ୍ଦ ବନ୍ଦ ହେଉନାହିଁ । ଏହାକୁ ନେଇ ବିଭିନ୍ନ ଜିଲ୍ଲା, ବ୍ଳକରେ ଧାରଣା, ବିକ୍ଷୋଭ ଜାରି ରହିଛି । ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲରେ ଏହାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ସହିତ ବିଭିନ୍ନ ସଂଗଠନ ମିଳିତ ସହଯୋଗରେ ବାରମ୍ବାର ଦାବି କରିବା ସହ ଧାରଣା ବିକ୍ଷୋଭ ପ୍ରତିବାଦ ସଭା ଆଦି କାର୍ଯ୍ୟ କରାଯାଇଛି । ଅଧିକାରୀ ମାନଙ୍କ ମିଥ୍ୟା ପ୍ରତିଶୃୁତି ପାଇ ହିତାଧିକାରୀ ମାନେ ବିଶ୍ୱାସ କରି ଧାରଣା, ବିକ୍ଷୋଭ ସ୍ଥଗିତ ରଖିଥଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଜାନୁଆରୀ ମାସ ୨ ତାରିଖରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଚାଲିଥିଲା । ଏଥିପ୍ରତି ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୧୮ ତାରିଖରୁ ଆମରଣ ଅନଶନ ଆରମ୍ଭ ହୋଇଛି । ମଙ୍ଗଳବାର ହେଉଛି ଆମରଣ ଅନଶନର ଦ୍ୱିତୀୟ ଦିନ । ଏହି ଅନଶନକାରୀ ମାନଙ୍କ ମଧ୍ୟରେ  ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର, ଭାଗିରଥି ଦାଶ ଅନଶନରେ ବସିଛନ୍ତି । ବାବୁଲି ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଶରତ ପ୍ରଧାନ, ପଦ୍ମଚରଣ ମହାରଣା, ବସନ୍ତ ପ୍ରଧାନ,ପିତାମ୍ବରୀ ଦାସ, ସାବିତ୍ରୀ ଦେଇ, ସୁକାନ୍ତି ମଳିକ, ଓ ଜଗନ୍ନାଥ ବାରିକ ପ୍ରମୁଖ  ଅନଶନ କାରୀ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଅନଶନକାରୀଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଛି । ତୁରନ୍ତ କୌଣସି ଅଘଟନ  ନ ଘଟିବା ଆଗରୁ ଅନଶନ କାରୀଙ୍କ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲେଚନା ହେବା ଜରୁରୀ ହୋଇପଡିଛି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୬,୨୦

Blog Archive

Popular Posts