Breaking News

ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ଓ ଜଳ ନିସ୍କାସନ ଦାବୀରେ; ଡେଲାଙ୍ଗ ତହସିଲରେ ମହିଳାଙ୍କ ଧାରଣା, ପ୍ରତିଶୃତି ପାଇବା ପରେ ଦୁଇ ମହିଳା ଧାରଣାରୁ ହଟିଲେ


 ଡେଲାଙ୍ଗ-------ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା ସହ ଚାଷ ଜମିରୁ ଜଳ ନିସ୍କାସନ ର ସୁବ୍ୟବସ୍ଥା ଦାବୀରେ ଡେଲାଙ୍ଗ ତହସିଲ ସମ୍ମୁଖରେ ଜଣେ ମହିଳା ଧାରଣାରେ ବସିଛନ୍ତି । ତହସିଲଦାର ଓ ପୁଲିସଙ୍କ ସମେତ ରାଜନେତା ମାନେ ମହିଳାଙ୍କ ସହ ଆଲୋଚନା କରିଥିଲେ । ଡେଲାଙ୍ଗ ଥାନା ଅର୍ନ୍ତଗତ ଜେନାପୁର ଗ୍ରାମର ସସ୍ମିତା ମହାନ୍ତି ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଶ୍ରୀପୁରୁଷତମପୁର ମୈାଜରେ ସସ୍ମିତାଙ୍କ ଚାଷ ଜମି ରହିଛି । ସେହି ଚାଷ ଜମି ର ଆୟ ରୁ ସସ୍ମିତାଙ୍କ ସହ ତାଙ୍କ ପରିବାର ଚଳନ୍ତି । ତେବେ ସସ୍ମିତାଙ୍କ ଅଭିଯୋଗନୁଯାଇ ତାଙ୍କ ଜମିକୁ ଲାଗି ରହିଥିବା ଏକ ସରକାରୀ ଜମିକୁ କେତେକ ବ୍ୟକ୍ତି ଜବର ଦଖଲ କରିବା ସହ ସେଠାରେ ଏକ ପୋଖରି ନିର୍ମାଣ କରିଛନ୍ତି । ଫଳରେ ତାଙ୍କର ଜମିର ଜଳ ନିସ୍କାସନ ହେବାରେ ବାଧା ସୃଷ୍ଟି ହେବା ସହିତ ତାଙ୍କ ଫସଲ ନଷ୍ଟ ହେଉଛି । ଏ ସମ୍ପର୍କରେ ସେ ପୁରୀ ଜିଲ୍ଲା ପ୍ରଶାସନ ଓ ତହସିଲଦାର ଡେଲାଙ୍ଗ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ନ୍ୟାୟ ପାଇବା ପାଇଁ  ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ,ତହସିଲଦାର ରାଜେନ୍ଦ୍ର ଆଚାରିଆ,ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସହିତ ଆଲୋଚନା ପରେ ବି  ଘଟଣାର ସମ୍ପର୍କରେ କୈାଣସି ସମାଧାନ ହୋଇପାରିନଥିଲା । ସେହିପରି କଂଗ୍ରେସ ମୁଖପାତ୍ର ତଥା ଆଇନିଜୀବି ନିଶିକାନ୍ତ ମିଶ୍ର,ବ୍ଲକ କଂଗ୍ରେସ ସଭାପତି ରବି ଦାସ,ମୋଟରୀ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ବିପନୀ ବଳବନ୍ତରାୟ,ପୁର୍ବତନ ସରପଞ୍ଚ ଅରିସଲ କ୍ଷେତ୍ରବାସି ସାହୁ,ଅଭୟମୁଖି ସମିତିସଭ୍ୟ ନିରଞ୍ଜନ ଜେନା,ସାମାଜିକ କର୍ମି ଅନୁପ ପରିଡା ଓ ସନ୍ତୋଷ ପଟ୍ଟନାୟକ,ସନ୍ତୋଷ ପଣ୍ଡା ପ୍ରମୁଖ ମହିଳାଙ୍କ ଦାବୀକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ ଓ ଘଟଣାର ସମ୍ପର୍କରେ ତହସିଲଦାର ଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ଅନ୍ୟପଟେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଏହି ଘଟଣାକୁ ଗୁରୁତରଭାବେ ନେଇ ଏକ କମିଟି ଗଠନ କରିଛନ୍ତି । । ସେମାନେ ସରଜମିନି ତଦନ୍ତ କରି ସବିଶେଷ ରିପୋର୍ଟ ଦେଲାପରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀ ଆଚାରିଆ ପ୍ରକାଶ କରିଛନ୍ତି । ସେହିପରି ମାଛପଡା ଗ୍ରାମର ଜଣେ ଅସହାୟ ବିଧବା ମହିଳା ଫନି ଘର ଭଙ୍ଗା ସହାୟତା ନ ପାଇବାରୁ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଶେଷରେ ତହସିଲଦାର ଶ୍ରୀ ଆଚାରିଆଙ୍କ ଠାରୁ ପତିଶ୍ରୁତି  ପାଇବା ପରେ ଦୁଇ ମହିଳା ଧାରଣାରୁ ଉଠିଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧---୫,୪୫

Blog Archive

Popular Posts