Breaking News

ସତ୍ୟବାଦୀରେ ଫନି ସହାୟତା ପ୍ରଦାନରେ ପାତର ଅନ୍ତରକୁ ନେଇ ଆମରଣ ଅନଶନ ; ତୁତୀୟ ଦିନରେ ପହଞ୍ଚିଲା


  ସାକ୍ଷୀଗୋପାଳ ------ ଫନି ବାତ୍ୟା ଯିବାର ୧୯ ମାସ ପରେ ବି ପକୃତ ହିତାଧିକାରୀ ମାନେ ରାଜ୍ୟ ସରକାର ଯୋଗାଇ ଦେଇଥବା ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ବୋଲି ଅଭିଯୋଗ ଆଣି ଆମରଣ ଅନଶନ ତୁତୀୟ ଦିନରେ ପହଞ୍ଚିଛି । ଆମରଣ ଅନଶନ କାରୀଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଛି ବୋଲି ଡାକ୍ତର କହିଲେଣି ।  ସୁଚନାଯୋଗ୍ୟ ଯେ ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ପ୍ରେଟୋଲ ଟାଙ୍କି ନିକଟ ତଥା ତହସିଲ କାର୍ଯ୍ୟାଳୟ ରାସ୍ତା କରରେ ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର ଓ ଭାଗିରଥି ଦାଶ ତିନିଦିନ ଧରି ଅନଶନରେ ବସିଛନ୍ତି । ଏହା ଆଗରୁ  ଜାନୁଆରୀ ମାସ ୨ ତାରିଖରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଚାଲିଥିଲା । ଏଥିପ୍ରତି ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୧୮ ତାରିଖରୁ ଆମରଣ ଅନଶନ ଆରମ୍ଭ ହୋଇଛି । ବୁଧବାର ହେଉଛି ଆମରଣ ଅନଶନର ତୁତୀୟ ଦିନ । ଏହି ଅନଶନକାରୀ ମାନଙ୍କ ମଧ୍ୟରେ  ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଥିବା ଜଣାପଡିଛି ।  ଏହାକୁ ନେଇ ଅନଶନକୁ ସମର୍ଥନ କରୁଥିବା କିଛି ମହିଳା ପୁରୁଷ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।  ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏହି ଅନଶନକୁ ସମର୍ଥନ କରି ପାର୍ବତୀ ଦେଇ, ଶାନ୍ତି ଭୋଇ, ଚନ୍ଦ୍ରମା ଦେଇ, ସାବିତ୍ରି ଦେଇ, ରୀନା ମଲିକ, ସୁକାନ୍ତି ମଲ୍ଲିକ, ଗଜେନ୍ଦ୍ର ପ୍ରଧାନ, ଜଗନ୍ନାଥ ବାରିକ, ଶରତ ପ୍ରଧାନ,ଦିବାକର ବିଶ୍ୱାଳ, ପ୍ରବାସିନୀ ବିଶ୍ୱାଳ, ଟିକେଇ ପ୍ରଧାନ, ଶ୍ରୀ ସୁପର ଚାଣ୍ୟକ ପ୍ରମୁଖ  ଅନଶନ କାରୀ ସ୍ଥଳରେ ଉପସ୍ଥିତ ରହିଛନ୍ତି ।  ଅନ୍ୟ ପକ୍ଷେ ଅନଶନ କରିଥିବା ଶ୍ରୀ ମହାପାତ୍ର କହନ୍ତି ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ଯଦି ମୋର ଜୀବନ ଚାଲିଯାଏ ତା ହେଲେ ଦୁଖଃ ନାହିଁ ବୋଲି କହିଛନ୍ତି । ସତ୍ୟବାଦୀ ତହସିଲଦାର ମନୋଜ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ଯେଉଁ ମାନଙ୍କର ତାଲିକାରେ ନାମ ଥିଲା ବା ପଇସା ଯାଇନଥିଲା ସେ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଉଛି । ଅନଶନକାରୀଙ୍କ ପ୍ରତିନିଧି ମାନେ ଆସି ମୋ ସହିତ ଆଲେଚନା କରି ଯାଇଥିବା ତହସିଲଦାର ଶ୍ରୀ ନାୟକ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୫,୫୦

Blog Archive

Popular Posts