ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବନ୍ଧୁ ମିଳନ
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟର ୧୯୮୪ ମାଟ୍ରିକ ବ୍ୟାଚର ରାମଚଣ୍ଡୀ ଠାରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପିଲା ଦିନର ସେଇ ସ୍ମୃତିକୁ ମନେ ପକାଇ ଏକ ଆନନ୍ଦର ମହଳ ସୃଷ୍ଟି ହୋଇଥିଲା । ବିଶେଷ କରି ବନ୍ଧୁ ମିଳନ ସହ ପରିବାର ସଦସ୍ୟ ମାନେ ଏଥିରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ବୈଠକରେ ଆଲେଚନା କରାଯାଇଥିଲା । ବିଦ୍ୟାଳୟର ଉନ୍ନତି ଓ ଶିକ୍ଷାରେ କିପରି ଉନ୍ନତି ଆସି ପାରିବ ସେ ଦିଗପ୍ରତି ଆଲେଚନା କରାଯାଇଥିଲା । ଆଲେଚନାରେ ନିର୍ମଳ ପରିଡା, ଦୁର୍ଗା ଚରଣ ବେହେରା, ବସନ୍ତ ବେହେରା, ଜ୍ଞାନନ୍ଦ୍ରେ ବେହେରା, ଗଙ୍ଗାଧର ମଲିକ, ପ୍ରକାଶ ପ୍ରଧାନ ଓ ଧୁମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧---୫,୪୫