Breaking News

ଦୁଇଶହ ଧାନ ବସ୍ତାର କଳେଇ ଗଦା ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇଗଲା

 ସାକ୍ଷୀଗୋପାଳ ---  ସତ୍ୟବାଦୀ ଥାନା ଅନ୍ତର୍ଗତ ବିରଗୋବିନ୍ଦପୁର ଛକ ନିକଟରେ ଥିବା ଗହିର ବିଲରେ ରବିବାର ସକାଳେ ବେଣା ବୁଦାରେ କେହି ନିଆଁ ଲଗାଇ ଦେଇଥିଲା । ଶୁଖିଳା ବେଣା ବୁଦାରେ ଚାହୁଁ ଚାହୁଁ ହୁ ହୁ ହୋଇ ଜଳିଉଠିଥିଲା । ଏପରିକି ୧ଶହ ଫୁଟ ଓସାରରେ ନିଆଁ ମାଡି ଚାଲିଥିଲା । ଅଳ୍ପ ଦୁରରେ ବିଜୟ ପ୍ରଧାନ ଙ୍କ ୨ଶହ ବସ୍ତାର ଧାନ କଳେଇ ଗଦା ରହିଥିଲା । ଅଘଟଣ ଘଟିବା ଆଗରୁ ସତ୍ୟବାଦୀ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ର ଖବର ପାଇ ଦୁଇଟି ଗାଡି ନେଇ ନିଆଁକୁ ଆୟତ୍ତ କରିଥିଲେ । ଯାହା ଫଳରେକି ବିଜୟଙ୍କର ଦୁଇଶହ ଧାନ ବସ୍ତା ବତ୍ତିଗଲା ବୋଲି ଲୋକମାନେ କହିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୩,୦୦

Blog Archive

Popular Posts