ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ପଥରଡିହ ଗ୍ରାମର ପୂର୍ବ ଶ୍ରତୁତାକୁ ନେଇ ଗୃହ ଦାହ ସହିତ ଜଣେ ମହିଳାଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଜୀବନରେ ମାରି ଦେବାକୁ ଧମକ ଦେବା ସମ୍ପର୍କରେ ଡେଲାଙ୍ଗ ଥାନାରେ ବିଶ୍ୱନାଥ ସ୍ୱାଇଁ ଅଭିଯୋଗ କରିଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ ସତ୍ୱାସତ୍ୱ ଜମିବାଡିକୁ କେନ୍ଦ୍ର କରି ମାରପିଟ ସହ ଗୃହ ଦାହ ଘଟିଯାଇଛି । ଶିବୁନା ସ୍ୱାଇଁ, କାଳିକା ସ୍ୱାଇଁ ଓ କାଳିଆ ବିଶ୍ୱନାଥଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ବିଶ୍ୱନାଥଙ୍କ ବିବାହିତ ଝିଅ ରୋଜି ଚମ୍ପତିକୁ ଶିବୁନା ଓ କାଳିଆ ମଟର ସାଇକେଲ ଚେନରେ ମୁଣ୍ଡ ଫଟାଇ ଦେଇଥିଲେ । ଏ ସମ୍ପର୍କରେ ଫାଣ୍ଡିରେ ଜଣାଇବା ପରେ ତା ପରଦିନ ଆମଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ବୋଲି ପୋଲିସ କହିଛି । ଏହି ଅଗ୍ନିକାଣ୍ଡରେ ବିଶ୍ୱନାଥଙ୍କର ୧୦ ବସ୍ତା ଧାନ ଜଳିଯିବା ସହ ଅନେକ ଜିନିଷ ପୋଡି ଯାଇଛି । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୩,୦୫