ବେକାରୀଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଦାବି
ଭୁବନେଶ୍ୱର----ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ ରାଜ୍ୟର ସମସ୍ତ ବେକାର ଯୁବକ ମାନଙ୍କୁ ଚାକିରୀ ଦିଆଯିବା ନଚେତ 6000 ଟଙ୍କା ସରକାରୀ ଭତ୍ତା ପ୍ରଦାନ, କରୋନା ,ଜିଏସ ଟି ଓ ବିମୁଦ୍ରିକାରଣରେ ପ୍ରଭାବିତ ଶ୍ରମିକଙ୍କୁ ନିଯୁକ୍ତି , କୋଇଲା , ବ୍ୟାଙ୍କ ,ରେଲୱେ, ବୀମା ଓ ପ୍ରତରକ୍ଷା ଉତ୍ପାଦନର ଘରୋଇ କରଣ ବନ୍ଦ କରାଯିବା ଓ ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବା ନେଇ ଦାବି କରାଯାଇଥିଲା । ଦାବିକୁ ରାଜ୍ୟ ଓ କେନ୍ଦ୍ର ସରକାର ପୂରଣ ନ କଲେ ଏ ଆନ୍ଦୋଳନ ଆହୁରି ବ୍ୟାପକ ହେବବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୯/୧/୨୦୨୧---- ୧୦,୪୦