ଜଟଣୀର ବିଭିନ୍ନ ସ୍ଥାନରେ ବନ୍ଧୁମିଳନ କାର୍ଯ୍ୟକ୍ରମ
ଜଟଣୀ----- ଜଟଣୀ ବ୍ଲକ ଅନ୍ତର୍ଗତ ବଡତୋଟା-ବେଲପଡା ଉଚ୍ଚବିଦ୍ୟାଳୟର ୨୦୦୫ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମା”ବରୁଣେଇ ପୀଠରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସ୍ୱର୍ଗତ ରବିନାରାୟଣ ମହାପାତ୍ର ଏବଂ ଶ୍ରେଷ୍ଠଛାତ୍ର ପ୍ରଦୀପ କୁମାର ମହାନ୍ତୀଙ୍କର ଉଦ୍ୟେଶ୍ୟରେ ତାଙ୍କ ସ୍ୱର୍ଗୀୟଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହିତ ଫଟୋଚିତ୍ରରେ ପୁଷ୍ପାଲ୍ୟର୍ପଣ କରିଥିଲେ । ଏଥି ସହିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜବାହାରଲାଲ ସୁବୁଦ୍ଧୀଙ୍କୁ ଗୁଣାତ୍ମକ ଶିକ୍ଷକତା ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାକ୍ତନଛାତ୍ର ଶତ୍ରୁଘନ ପୃଷ୍ଟି, ରାକେଶ ପ୍ରଧାନ, ପ୍ରବୀଣ କୁମାର ମହାନ୍ତୀ, ମାଧବ ନାୟକ, ସଂଜୟ ମହାପାତ୍ର, ବିନୋଦ ଦଳାଇଙ୍କ ସହିତ ଛାତ୍ରୀ ବନଲତା ସୁବୁଦ୍ଧୀ, ସାରଦା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଜବାହାରଲାଲ ସୁବୁଦ୍ଧୀ,ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମିଶ୍ର, ଅର୍ଜୁନ କୁମାର ବାରିକ, ବିଜୟାନନ୍ଦ ପଟ୍ଟନାୟକ, ଗଜେନ୍ଦ୍ର କୁମାର ମହାପାତ୍ର, ଗୁଣନିଧୀ ବାରିକ, ବିଭୂତିଭୂଷଣ ଦାସ ପ୍ରମୁଖ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ସେହିପରି ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ ଉତ୍ସବ ସଭାପତି ରଶ୍ମିରଂଜନ ବେହେରାଙ୍କ ପୈାରହିତ୍ୟରେ ଆୟୋଜନ ହୋଇଯାଇଛି । ଏଥିରେ ସାମ୍ବାଦିକ ବିଶ୍ୱଜିତ ସାମନ୍ତରାୟ, ପରେଶ ପଟ୍ଟନାୟକ, ରଶ୍ମି ପଣ୍ଡା, ଭାଗିରଥୀ ଜେନା, ବନ୍ଦନା ଲେଙ୍କା ମନୋଜ ବାରିକ, ଚିତରଂଜନ ସାହୁ, ରଶ୍ମିରଂଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୨୦/୧/୨୦୨୧----୬,୩୦