Breaking News

ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ଆଜିଠାରୁ କୋଭିଡ ଟିକା ଆରମ୍ଭ, ପ୍ରଥମ ଦିନରେ ୪୦ ସ୍ୱାସ୍ଥ୍ୟକର୍ମି ନେଲେ


 ଜଟଣୀ,----- ମହାମାରୀ କୋଭିଡ-୧୯ର କରୋନା ସଂକ୍ରମଣରୁ ରକ୍ଷାପାଇବା ଲାଗି କୋଭିଡ ଟିକାପାଇଁ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶନିବାର ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ କରୋନା ଯୋର୍ଦ୍ଧା ଡାକ୍ତର ,ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମିଙ୍କୁ ଏହିଟିକା ପ୍ରଦାନ କରାଯାଇଥିଲା । ସୋମବାର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ୪୦ ଜଣ ସ୍ୱାସ୍ଥ୍ୟ କର୍ମି ଯଥା ଡାକ୍ତର,ପାରାମେଡିକାଲ କର୍ମଚାରୀ ଏବଂ ହାଉସ କିପିଙ୍ଗ ଆସିଷ୍ଟାଂଟ ମାନଙ୍କୁ  ପ୍ରଦାନ କରାଯାଇଛି । କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ ଡିଆରଏଚ୍‌ର ୫୨ ବର୍ଷିୟା ହାଉସ କିପିଙ୍ଗ ସହକାରୀ ସହାୟକ  ବିଣା ଦେଇଙ୍କୁ ଦିଆଯାଇଥିଲା । ଏହି ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ସ୍ୱାସ୍ଥ୍ୟବିଭାଗ ପରିସରରେ ୩ଟି ପୃଥକ କୋଠରୀ ମଧ୍ୟରେ କରାଯାଇଥିଲା । ସାନିଟାଇଜର ଏବଂ ମାସ୍କ ପରିଧାନ ଏକପ୍ରକାର ବାଧ୍ୟତାମୂଳକ କରାଯାଇ ଟିକାକରଣ କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ  ମିଳିଥିବା ନିର୍ଦ୍ଦେଶନୁସାରେ ୧୩୦ଜଣ ସ୍ୱାସ୍ଥ୍ୟକମିମାନଙ୍କୁ ଏହି ଟିକା ପ୍ରଦାନଲାଗି ପଜିଂକରଣ କରିଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମ ସୋମବାର ସବ୍‌-ଅଡିନେଟ ବିଶ୍ରାମ ଗୃହରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ରେଳପ୍ରବନ୍ଧକ ଶଶିକାନ୍ତ ସିଂଙ୍କ ଦ୍ୱାରା ଉଦଘାଟନ ହୋଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୪୦ଜଣଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ସଦସ୍ୟମାନଙ୍କୁ ଚଳିତ ମାସ ୨୧ଓ ୨୩ ତାରିଖରେ ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ମୂଖ୍ୟ ଚିକିତ୍ସା ଅଧୀକ୍ଷକ ବି ଗୈାରୀ ଶଙ୍କର ରାଓ,ବରିଷ୍ଠ ଡାକ୍ତର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । 

 ଜଟଣୀରୁ ରଙ୍ଗନାଥ ବେହେରା, ୨୦/୧/୨୦୨୧-----୬,୪୦


Blog Archive

Popular Posts