ମା ବିଞ୍ଜେଶ୍ୱରୀ କ୍ରିକେଟ ଲିଗ ମ୍ୟାଚ ରବିବାର ଅନୁଷ୍ଠିତ ହେବ
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକର ଗଉଡକେରା ଗ୍ରାମର ମା ବିଞ୍ଜେଶ୍ୱରୀ ଯୁବକ ସଂଘ ପକ୍ଷରୁ ପ୍ରଥମ ବାର୍ଷିକ ୮ଟି ଦଳକୁ ନେଇ ଏକ ଲିଗ ମ୍ୟାଚ ଶ୍ରୀପୁରୁଷୋତ୍ତମପୁର ହାଇସ୍କୁଲ ପଡିଆରେ ରବିବାର ଉଦଘାଟନ ହୋଇଯାଇଛି । ମା ବିଞ୍ଜେଶ୍ୱରୀ ଯୁବକ ସଂଘର ସଭାପତି ପ୍ରଦୀପ ଜେନା , ସମ୍ପାଦକ ଗଣେଶ୍ୱର ନାୟକ ଅତିଥି ଭାବେ ଯୋଗ ଦେଇ ମ୍ୟାଚଟିକୁ ଉଦଘାଟନ କରିଥିଲେ । ମନ ରଞ୍ଜନ ବେହେରା, ବିଦ୍ୟାଧର ଦାସ, ମାନସ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ଲିଗ ମ୍ୟାଚ ଜାଗେଶ୍ୱରୀ କ୍ରିକେଟ କ୍ଳବ କୁଞ୍ଜର ସହିତ ନଡାଖଣ୍ଡ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚଜିତି କୁଞ୍ଜୁର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ ୧୦୧ ରନ କରିଥିଲେ । ଜବାବରେ ନଡାଖଣ୍ଡ କ୍ରିକେଟ ଦଳ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୫ ରନ କରିଥିଲେ । ୩୬ରନରେ କୁଞ୍ଜୁର ଦଳ ଜିତିଥିଲେ । ରଶ୍ମି ରଞ୍ଜନ ବେହେରା ଓ କୃଷ୍ଣଚନ୍ଦ୍ର ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ ।
ସେହିପର ିଦୁତୀୟ ମ୍ୟାଚଟି ମାଛପଡା କ୍ରିକେଟ କ୍ଳବ ସହିତ ମୁନିନ୍ଦା କିକ୍ରେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ମାଛପଡା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭ ଉଇକେଟ ହରାଇ ୧୦୫ ରନ କରିଥିଲେ । ଜବାବରେ ମୁନିନ୍ଦା କ୍ରିକଟେ ଦଳ ୧୦ ଓଭରରେ ୮ ଉଇକେଟ ହରାଇ ୬୬ ରନ କରିଥିଲେ । ଖେଳ ପରିଚାଳନା କରିଥିଲେ ରଶ୍ମି ରଞ୍ଜନ ବେହେରା ଓ କୃଷ୍ଣଚନ୍ଦ୍ର ସ୍ୱାଇଁ । ଜିତେନ୍ଦ୍ର ଦାସ ସ୍କୋରର ଭାବେ କାର୍ଯ୍ୟ ତୁଳାଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧---୩,୦୫