Breaking News

ଅବସରପ୍ରାପ୍ତ ଶିକ୍ଷକଙ୍କ ହୃଦଘାତ୍‌ରେ ମୃତ୍ୟୁ


 ଡେଲାଙ୍ଗ ----  ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷୋତମପୁର ଗ୍ରାମର ପୁର୍ବତନ ଶିକ୍ଷକ ଲକ୍ଷ୍ମିକାନ୍ତ ମିଶ୍ର(୬୬)ଙ୍କ ଅକାଳ ବିୟୋଗ ହୋଇଯାଇଛି । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ତାଙ୍କର ହୃଦଘାତରେ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ସେ ଜଣେ ମେଳାପି ମଣିଷ , ଛାତ୍ରବତ୍ସଳ,ଓ ପରୋପକାରୀ ବ୍ୟକ୍ତିଥିଲେ । ସେ ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ସେଠାରୁ ଅବସର ନେଇଥିଲେ । ତାଙ୍କ ମୃତ ଶର୍ଯ୍ୟା ନିକଟରେ ସ୍ତ୍ରୀ ମିନତି ମିଶ୍ର,ପୁଅ ଦେବରାଜ ମିଶ୍ର,ଦେବାଶିଷ ମିଶ୍ର,ଦେବବ୍ରତ ମିଶ୍ର ଓ ହୃଷିକେଶ ମିଶ୍ରଙ୍କ ସହିତ ଭାଇ ରାଧାକାନ୍ତ ମିଶ୍ର ଓ ରମାକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ । ଗ୍ରାମ ମଶାଣିରେ ଶେଷକୃତ ସମ୍ପନ୍ନ କରାଯାଇଥିବା ବେଳେ ବଡପୁଅ ଦେବରାଜ ମିଶ୍ର ମୁଖାଗ୍ନି ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୧--୩,୧୦  

Blog Archive

Popular Posts