ବିଜୟ ରାଉତରାୟ ହେଲେ ପୁରୀ ଜିଲ୍ଲା ବିଜେଡି ସମ୍ପାଦକ
ଡେଲାଙ୍ଗ ---------ଡେଲାଙ୍ଗ ବ୍ଲକ ଗଡ ବେଗୁନିଆପଡା ଗ୍ରାମର ବିଜେଡି ଯୁବ ନେତା ବିଜୟ କୁମାର ରାଉତରାୟ ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ମନୋନିତ ହୋଇଛନ୍ତି । ଏନେଇ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ତାଙ୍କ ନାମ ଘୋଷଣା କରିଛନ୍ତି । ନବ ନିଯୁକ୍ତ ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀରାଉତରାୟଙ୍କୁ ଡେଲାଙ୍ଗ ସ୍ଥିତ ପୁରୀ ନିମାପଡା ସମ୍ମଳିତ ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖା କାର୍ଯ୍ୟାଳୟ ନିକଟସ୍ଥ କୃଷକ ଭବନ ପରିସରରେ ବ୍ଲକ ବିଜେଡି ସଭାପତି ବୋରାଗୀ ଜେନା ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ପିପିଲି ଡେଲାଙ୍ଗରେ ଅନୁଷ୍ଠିତ ଆଗାମି ଉପନିର୍ବାଚନରେ ତୃଣମୁଳ ସ୍ତରରେ ବିଜେଡି କର୍ମିଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ନବ ନିଯୁକ୍ତ ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀରାଉତରାୟ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବେରବୋଇ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ଗୋପାଳଚନ୍ଦ୍ର ସ୍ୱାଇଁ,ବାମଦେବ ବାରିକ,ଗଗନ ମଙ୍ଗରାଜ,ଦିଲ୍ଲିପ ବରାଳ,ସନ୍ତୋଷ ହାତୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୧---୭,୧୦