ସତ୍ୟବାଦୀରେ ଓଡିଶା ପ୍ରଗତି ଦଳ ପକ୍ଷରୁ ସାମ୍ବାଦିକ ସମ୍ମଳନୀ
ସାକ୍ଷୀଗୋପାଳ ------- ସତ୍ୟବାଦୀ ସିଦ୍ଧବକୁଳ ମନ୍ଦିର ନିକଟ ବକୁଳବାଟିକା ପରିସରରେ ଓଡିଶା ପ୍ରଗତି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀ ସହିତ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାରିଷ୍ଟର ମଧୁବାବୁଙ୍କ ଆଦର୍ଶ ଓ ବିଚାରକୁ ପାଥେୟ କରି ସାମାଜିକ, ରାଜନୈତିକ ଓ ଅର୍ଥ ନୈତିକ ଦୃଢ଼ ପ୍ରଗତିର ବିଷୟକୁ ନେଇ ଓଡିଶାର କୋଣ ଅନୁ କୋଣରେ ଓଡିଶା ପ୍ରଗତି ଦଳ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଶେଷ କରି ସୁନାର ଓଡିଶା, ସ୍ୱଚ୍ଛ ଓଡିଶା, ନିର୍ମଳ ଶାସନ, ଆମ ସରକାର, ଶିଶୁ , ନାରୀ ସୁରକ୍ଷା ପ୍ରମୁଖ ଦିଗକୁ ଲକ୍ଷ୍ୟ କରି ଓଡିଶା ପ୍ରଗତି ଦଳ ମଇଦାନକୁ ଓହ୍ଳାଇଛି ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କୁମାର ପଣ୍ଡା କହିଥିଲେ । ଏହି ଦଳର ଚିହ୍ନ ହେଉଛି ଡଙ୍ଗା । ୨୦୨୪ ମସିହାରେ ପ୍ରଥମେ ଓଡିଶାରେ ଶାସନଭାର ନେବାକୁ ଯାଉଛି ବୋଲି ରାଜ୍ୟ ମହାସଚ୍ଚିବ ତରୁଣ ପତି କହିଥିଲେ । ଜିଲ୍ଲା ସଭାପତି ବିକାଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବାଞ୍ଚଳ ଜେନା ସଭାପତି ରମେଶ ସାହୁ, ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସୋମନାଥ ମହାନ୍ତି, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ, ରାଜ୍ୟ ମୁଖ୍ୟ ପର୍ଯ୍ୟବେକ୍ଷକ ଦିବ୍ୟରଞ୍ଜନ ସ୍ୱାଇଁ, ରାଜ୍ୟ ମହିଳା ସହ ସମ୍ପାଦକ କୁନୁମୁନୁ ପିୟଦର୍ଶନୀ ମାଝୀ , ରାଜ୍ୟ ସମ୍ପାଦକ ନୁରୁଲ ଇସାଲାମ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗତ ଦର୍ଶାଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୧---୭,୧୫