ସାଇ ନିର୍ମଲ ପାଣି ବୋତଲରେ ପ୍ରିଣ୍ଟି ତ୍ରୁଟିକୁ ନେଇ ଖାଦ୍ୟ ସୁରକ୍ଷାଧିକାରୀଙ୍କ ତଦନ୍ତ
ଜଟଣୀ-----: ଜଟଣୀ ପୈାରପରିଷଦ ଅଧିନସ୍ଥ ଶ୍ରୀହରି ବିହାରରେ ଥିବା “ସାଇ ନିର୍ମଲ’ ନାମକ ଏକ ଘରୋଇ ପାନୀୟଜଳ କମ୍ପାନୀରେ ଗୁରୁବାର ମଧ୍ୟାହ୍ନରେ ଭୂବନେଶ୍ୱର –ଖୋର୍ଦ୍ଧା ସବଡିଭିଜନର ଖାଦ୍ୟ ସୁରକ୍ଷାଧିକାରୀ ତଦନ୍ତ କରି ଫେରିଛନ୍ତି । ସମସ୍ତ ଦସ୍ତାବିଜ ଓ ପାନୀୟଜଳର ନମୁନା ଇତ୍ୟାଦି ପରୀକ୍ଷା କରିବା ନିମନ୍ତେ ନେଇଛନ୍ତି । ସୁଚନାନୁସାରେ ଜଟଣୀ ଶ୍ରୀହରି ବିହାରସ୍ଥିତ ସାଇ ନିର୍ମଲରୁ ପାଣି ବୋତଲ ମଗାଯାଇ ଚଳିତମାସ ୧୦ ତାରିଖରେ ଆୟୋଜିତ ହୋଇଥିବା କଂଗ୍ରେସର କାର୍ଯ୍ୟକ୍ରମରେ ବଣ୍ଟା ଯାଇଥିଲା । ଏଥିରେ ୧୫ତାରିଖ ରେ ନିର୍ମିତ ହୋଇଥିବା ଲେଖା ରହିଥିଲା । ତେବେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଗୁରୁବାର ମଧ୍ୟାହ୍ନରେ ସାଇ ନିର୍ମଲ କମ୍ପାନୀକୁ ଭୂବନେଶ୍ୱର ଓ ଖୋର୍ଦ୍ଧା ଡିଭିଜନର ଖାଦ୍ୟ ସୁରକ୍ଷାଧିକାରୀ ସତ୍ୟଜିତ ପଟେଲ ପହଞ୍ଚିଥିଲେ । ସମସ୍ତ ତଦନ୍ତପରେ ପାନୀୟଜଳ,ଦସ୍ତାବିଜ ଏବଂ ଅନ୍ୟାନ୍ୟ ଗାଇଡଲାଇନ ଠିକଠାକ ରହିଥିବା ଦେଖିବାକୁ ପାଇଥିଲେ । ପରେ ପାନୀୟଜଳ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହକରି ନେଇଛନ୍ତି । ଲେଖା ତ୍ରୁଟିକୁ ନେଇ କମ୍ପାନୀ ମାଲିକଙ୍କୁ ତାଗିଦ କରିବା ସହିତ ପୁନର୍ବାର ଏପରି ନହେବାଲାଗି ସଚେତନ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୧୪/୧/୨୦୨୧----୭,୨୫