ରଜତ ମୋମରିଆଲ କ୍ରିକେଟ ଟ୍ରଫି; ମହୁରା ଦଳ ଓ ଅରାଗଡ ଏମ.ସି.ସି ଦଳ ମ୍ୟାଚ ବିଜୟୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅରାଗଡ ଗ୍ରାମରେ ରଜତ ମେମୋରିଆଲ ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚର ଆୟୋଜକ ଅରାଗଡ ଏମସିସି ଏବଂ ଆଦର୍ଶ ଟ୍ରଷ୍ଟ । ୫ମ ଦିନର ପ୍ରଥମ ମ୍ୟାଚଟି ଛତିପୁର କ୍ରିକେଟ ଦଳ ସହିତ ମହୁରା କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଛତିପୁର ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୨୮ ରନ ସଂଗ୍ରହ କରିଥିଲେ । ଜବାବରେ ମହୁରା ଦଳ ୨୦ ଓଭର ୮ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ମହୁରା ଦଳ ୨ ଉଇକେଟରେ ଜିତିଥିଲା । ସ୍ୟାମ ସୁନ୍ଦର ମହାପାତ୍ର ମ୍ୟାନ ଅଫଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ । ପ୍ରଭାତ କୁମାର ମାଝୀ ଓ ଶଙ୍କର ସାମନ୍ତରାୟ ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋରର ଭାବେ ଶିବ ମୁଦୁଲି ରହିଥିଲେ । ସେହିପରି ଦୁତୀୟ ମ୍ୟାଚଟି ଅରାଗଡ ଏମ.ସି.ସି ଦଳ ସହିତ ଅଁଳାଯୋଡି କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଅରାଗଡ ଦଳ ଫିଲିଡିଂ କରିବା ପାଇଁ ନିସ୍ପତି ନେଇଥିଲା । ଅଁଳାଯୋଡି କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଅରାଗଡ ଏମ.ସି.ସି କ୍ରିକେଟ ଦଳ ୧୪ଓଭର ୧ଟି ବଲରେ ୯ଉଇକେଟ ହରାଇ ୯୮ ରନ କରିଥିଲେ । ଅରାଗଡ ଏମ.ସି.ସି କ୍ରିକେଟ ଦଳ ୧ ଉଇକେଟରେ ଏହି ମ୍ୟାଚରେ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ମାନସ ସାସମଲ ବିବେଚିତ ହୋଇଥିଲେ । ସୁକାନ୍ତ ସାମନ୍ତରାୟ ଓ ନେତ୍ରନନ୍ଦ ମାଝୀ ଏହି ମ୍ୟାଚକୁ ପରିଚାଳନା କରିଥିଲେ । ନରସିଂହ ସ୍ୱାଇଁ ସ୍କୋରର ଭାବେ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୧----୭,୧୫