Breaking News

ଛୁଟିଦିନରେ ତହସିଲଦାରଙ୍କ ଜମିପଟ୍ଟା ବଣ୍ଟନକୁ ନେଇ ଦୁଇ ରାଜନୈତିକ ଦଳର ବିକ୍ଷୋଭ


 ଜଟଣୀ----- ୧୧୬ଜଣଙ୍କୁ ଜଟଣୀ ତହସିଲଦାର ଛୁଟି ଦିନରେ ଜମିପଟ୍ଟା ବଣ୍ଟନକରିଛନ୍ତି ।   ଏହା ଜାଣିବାପରେ ସେଥି ମଧ୍ୟରୁ ୪ଜଣ ହିତାଧୀକାରୀଙ୍କୁ ଜମିପଟ୍ଟା କରାଇଦେବା ପାଇଁ କ୍ରିୟାନୁଷ୍ଠାନ କମିଟିର କେତେକ କର୍ମି ଗୁରୁବାର ଜଟଣୀ ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିିଥିଲେ । ମାତ୍ର ପୋଙ୍ଗଲ ପର୍ବ ଲାଗି ଆଜି ସରକାରୀ କାର୍ଯ୍ୟାଳୟ ଛୁଟି ରହିିବାକଥା । ମାତ୍ର ଗୁରୁବାର ପୁର୍ବାହ୍ନରେ ତହସିଲଦାର ତପନ କୁମାର ମହାପାତ୍ର କାର୍ଯ୍ୟାଳୟରେ କାର୍ଯ୍ୟ କରିବା ସହିତ ଉକ୍ତ ଯୋଗ୍ୟ ଟାଉନଖାସମାହାଲର ୪ଜଣ ଅଧିବାସୀଙ୍କ  ୫ଟି ଜମିପଟ୍ଟା ପ୍ରଦାନ କରିଥିଲେ । ଏହି ପଟ୍ଟା ଗ୍ରହଣ କରିବାପରେ ବିଜେଡି ନେତାଙ୍କ କ୍ରିୟାନୁଷ୍ଠାନକମିଟି ସଦସ୍ୟ ଏବଂ ଅନ୍ୟାନ୍ୟଙ୍କ ସମେତ ଏକତ୍ରିତ ହୋଇ ଫଟୋ ଉତ୍ତୋଳନ କରିବାପରେ ଏହାକୁ କେହି ବିଭିନ୍ନ ସୋସାଲମିଡିଆରେ ଭାଇରାଲ କରିଦେଇଥିଲେ । ଏନେଇ ଜଟଣୀରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସୋସାଲମିଡିଆରେ ବିଭିନ୍ନ ଆପତିଜନକ ମନ୍ତବ୍ୟ ଦେବା ସହିତ ଘଟଣାକୁ ଜୋରଦାର କରି ପ୍ରତିବାଦ ଆରମ୍ଭ କରିଦେଇଥିଲେ । ସେମାନଙ୍କ କହିବାନୁସାରେ ଯଦି ଛୁଟିଦିନରେ କାର୍ଯ୍ୟାଳୟ ଖୋଲାଯାଉଛି ତା ହେଲେ କାହିଁକି ଜନସାଧାରଣଙ୍କୁ ଅବଗତ କରାଗଲା ନାହିଁ । ତେବେ ଏନେଇ ନାଗରୀକ କମିଟିର ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମକର୍ତ୍ତାମାନେ ମଧ୍ୟାହ୍ନରେ ଜଟଣୀ ତହସିଲ କାର୍ଯ୍ୟାଳୟ ମୂଖ୍ୟ ଫାଟକ ସମୁଖରେ ଧାରଣାରେ ବସିଥିଲେ । ଛୁଟିଦିନରେ କିପରି ଜମିପଟ୍ଟା ପ୍ରଦାନ କରାଗଲା ସେନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତହସିଲଦାରଙ୍କୁ ଗିରଫ କରିବାକୁ  ଅଭିଯୋଗ କରିଛନ୍ତି । ପ୍ରତିବାଦକାରୀଙ୍କୁ ପୁଲିସ ବୁଝାସୁଝା କରିବାପରେ କୈାଣସି ଫଳପ୍ରଦ ହୋଇନଥିଲା । ସେହିପରି ଜଟଣୀ ବିଜେପିର ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନାଙ୍କ ନେତୃତ୍ୱରେ ଶତାଧୀକ ବିଜେପି କର୍ମି କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିବା ପରେ ଜଟଣୀ-ଖୋର୍ଦ୍ଧା ମୂଖ୍ୟରାସ୍ତା ଅବରୋଧ କରିଥିଲେ । ତେବେ ଏନେଇ ଟ୍ରାଫିକ ସମସ୍ୟା ଉପୁଜିଥିଲା । ପରିସ୍ଥିତି ଅଣାୟତ ହେବା ଆଶଙ୍କାକରି ପୁଲିସ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରି ପରିସ୍ଥିତକୁ ଆୟତକୁ ଆଣିଥିଲା । ହେଲେ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିନଥିଲେ । ପୁଲିସ ବହୁବୁଝାସୁଝା କରିବାପରେ ଉଭୟଦଳ ତହସିଲଦାରଙ୍କ ବହିଷ୍କାର କରିବା ସହିତ ଗିରଫ କରିବାଲାଗି ଦାବିପତ୍ର ପୁଲିସକୁ ଦେଇଥିଲେ । ଏହା ସହିତ ଉପଜିଲାପାଳଙ୍କ ଉପସ୍ଥିତିରେ ଏହାର ସମାଧାନ ଦାବି କରିଥିଲେ । ଉପଜିଲାପାଳ ଜଟଣୀ ବିଡିଓଙ୍କୁ ମଧ୍ୟସ୍ଥତା କରିବାକୁ ଘଟଣାସ୍ଥଳକୁ ପଠାଇଥିଲେ । ବିଡିଓଙ୍କୁ ସେଠାରୁ ଆନ୍ଦୋଳନକାରୀମାନେ ଫେରାଇଦେଇଥିଲେ ।

 ଜଟଣୀରୁ ରଙ୍ଗନାଥ ବେହେରା, ୧୪/୧/୨୦୨୧----୭,୩୦


Blog Archive

Popular Posts