Breaking News

ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ


 ମାହାଙ୍ଗା -କଟକ ଜିଲ୍ଲା ମାହାଙ୍ଗା ଥାନା  ପାଇକରାପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ଉଦ୍ଧବ ପରିଡାଙ୍କ ପୁଅ ମହେନ୍ଦ୍ର ପରିଡା ଗୋବରୀ ନଦୀରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟ ହୋଇଯାଇଛି ।
ନଦୀରୁ ମହେନ୍ଦ୍ରଙ୍କୁ ଉଦ୍ଧାର ପରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୠଜୁକରିବା ପରେ    ଶବ ବ୍ୟବଛେଦ ନିମନ୍ତେ କଟକ ପଠାଇଥିବା ଜଣାପଡିଛି । ମୃତ ମହେନ୍ଦ୍ରଙ୍କ ଛୋଟ ଛୋଟ ୩ ଟି ଝିଅ ଥିବାର ଜଣାପଡ଼ିଛି ।
ଏହି ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
 ମାହାଙ୍ଗା ରୁ ଅକ୍ଷୟ କୁମାର ଗୋଚ୍ଛାୟତ ଙ୍କ ରିପୋର୍ଟ  , ୨୦/୧/୨୦୨୧------୪,୧୫

Blog Archive

Popular Posts